ଖାଦ୍ୟ ବିଷାକ୍ତ କାରଣରୁ ୩ ଭାଇଭଉଣୀ ମୃତ; ୨ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲା କଚେଲି ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଖାଦ୍ୟ ବିଷାକ୍ତ କାରଣରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଭଉଣୀ ଓ ଜଣେ ଭାଇ ରହିଛନ୍ତି। ଗୁରୁତର ୨ ଜଣ ମଧ୍ୟରେ ମାଆ ଓ ଆଉ ଜଣେ ଝିଅ ଥିବା ଜଣାପଡ଼ିଛି। ଗୁରୁତର ମାଆ ଓ ଝିଅଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳାୟରେ ଭର୍ତ୍ତି କରାଯାଇଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ପଚରା ଉଚାର କରୁଛି।

Comments are closed.