ଚଳନ୍ତା ଅବସ୍ଥାରେ ଜଳିଗଲା ଗଞ୍ଜେଇ ଭର୍ତ୍ତି କାର, ଘଟଣା ସ୍ଥଳରୁ ଦୁର୍ବୃୃତ୍ତ ଫେରାର

ମାଲକାନଗିରି: ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟ ୩୨୭ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଚଳନ୍ତା କାରରେ ନଆଁ ଲାଗିଯାଇଥିବା ବେଳେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କାରଟି ଜାତୀୟ ରାଜପଥରେ କାଳିମେଳା ଅଭିଯୁଖେ ଯାଉଥିବା ବେଳେ ଏମଭି ୧୬ ଗାଁ ନିକଟରେ ଜଳି ଯାଇଥିଲା। କାରରେ ଗଞ୍ଜେଇ  ଭର୍ତି କରି ଚାଲାଣ କରାଯାଉଥିଲା ବୋଲି ବଞ୍ଚିଯାଇଥିବା ଗଞ୍ଜେଇ ଅବଶେଷରୁ ଜଣା ପଡିଛି। ତେବେ ନିଆଁ ଲାଗିବା ପରେ କାରକୁ ଛାଡି ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ଗଞ୍ଜେଇ ଭର୍ତ୍ତି କାର କେଉଁ ଆଡକୁ ଯାଉଥିଲା ତାହା ଜଣାପଡି ନାହିଁ। ଘଟଣା ସ୍ଥଳରେ ଏମଭି -୧୬ ପୁଲିସ ପହଞ୍ଚି କାରରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

 

 

 

Comments are closed.