ପୁଲିସ ଗାଡ଼ି ଧକ୍କାରେ ଜିଆରଏସଙ୍କ ମୃତ୍ୟୁ, ୩ ପୁଲିସ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପଙ୍ଗାମ ନିକଟରେ ମଙ୍ଗଳବାର ପୁଲିସ ଗାଡ଼ି ଧକ୍କାରେ ଜଣେ ଜିଆରଏସଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବାଲାରାଜୁ ସାହୁ। ସେ ନାଏକଗୁଡ଼ା ପଞ୍ଚାୟତରେ ଜିଆରଏସ୍ ଭାବେ କାର୍ଯ୍ୟ କରୁଥିଲେ। ଏହି ଦୁର୍ଘଟଣାରେ ମଧ୍ୟ ୩ ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟଲୋକେ ସେମାନଙ୍କୁ ଉଦ୍ଧାର କରି ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ପୁଲିସ କର୍ମଚାରୀମାନେ ପଙ୍ଗାମରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମାଥିଲି ଆଇଆଇସି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Comments are closed.