ମହଙ୍ଗା ପଡିଲା ଲାଞ୍ଚ ମାଗିବା, ଏଏସଆଇ ଓ ହୋମଗାର୍ଡ ଗିରିଫ

ମାଲକାନଗିରି: ଗଞ୍ଜେଇ ଗାଡିକୁ ଅଟକାଇ ଲାଞ୍ଚ ମାଗିବା ଅଭିଯୋଗରେ ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନାର ଜଣେ ଏଏସଆଇ ଓ ୨ ହୋମଗାର୍ଡଙ୍କୁ ଗିରଫ କରାଯାଇଛି। ଏହାସହ ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ମାଲକାନଗିରି ଏସପି  ଅନ୍ୟ ଜଣେ ଏସଆଇଙ୍କୁ ନିଲମ୍ବନ କରିଛନ୍ତି ।

ସୂଚନା ଅନୁଯାୟୀ, ୪ଦିନ ତଳେ ଏମାନେ ଖଇରିପୁଟ ନିକଟରେ ଚେକିଂ ସମୟରେ ଏକ ଗଞ୍ଜେଇ ଗାଡିକୁ ଅଟକାଇ ଲାଞ୍ଚ ମାଗିଥିଲେ। ଏହି ଘଟଣାରେ ଜଣାପଡିବା ପରେ ସମ୍ପୃକ୍ତ ଏଏସଆଇ ଓ ୨ ହୋମଗାର୍ଡଙ୍କ ନାଁରେ ମାମଲା ରୁଜୁ ହେବାସହ ତଦନ୍ତ ଆରମ୍ଭ ହୋଇଥିଲା।

Comments are closed.