ଲଗାଣ ବର୍ଷା ଫଳରେ ମାଲକାନଗିରିରେ ବନ୍ୟା ପରିସ୍ଥିତି: ଯୋଗାଯୋଗ ବିଚ୍ଛିନ୍ନ, ଯାତାୟତ ଠପ୍

ମାଲକାନଗିରି: ମାଲକାନଗିରି ଜିଲାରେ ଗତକାଲିଠୁ ବର୍ଷା ଲଗି ରହିବା ଫଳରେ କାଲିମେଳା ଓ ପଡ଼ିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀ ତଥା ନାଳଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ବହୁ ଅଞ୍ଚଳରେ ପାଣି ପଶିଥିବା ସୂଚନା ମିଳିଛି। ବହୁ ଅଞ୍ଚଳକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ସୂଚନା ଅନୁଯାୟୀ, ପୋଟେରୁ , କାଙ୍ଗୁରକୋଣ୍ଡା , ଏମଭି-୯୦ ନିକଟରେ ଥିବାପୋଲ ଉପରେ ୪ରୁ ୫ ଫୁଟ ପାଣି ଚାଲୁଥିବାରୁ ମାଲକାନଗିରିରୁ କାଲିମେଳା ଏବଂ କାଲିମେଳାରୁ ମୋଟୁ ଯାତାୟତ ବନ୍ଦ ରହିଛି। ସେହିପରି କନ୍ୟାଆଶ୍ରାମ ନିକଟରେ ମଧ୍ୟ ପାଣି ବଢିଥିବାରୁ କାଲିମେଳାରୁ ପଡିଆକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅନେକ ଛୋଟ ଛୋଟ ନଦୀ ଜଳସ୍ତ ବଢି ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ବନ୍ୟା ପରିସ୍ଥିତିକୁ ଦେଖି ଆଜି ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ବିଡିଓ ଉମା ଶଙ୍କର ଦଳାଇଙ୍କ ସହ ପୁଲିସ ଓ ଅଗ୍ନିଶମ ବିଭାଗ କାଙ୍ଗୁରକୋଣ୍ଡା , ଏମଭି–୯୦ ଓ କନ୍ୟାଶ୍ରମ ପୋଲ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Comments are closed.