କାଲିମେଳାରୁ ମାଓ ଶିବିର ଠାବ, ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲା କାଲିମେଳା ଅଞ୍ଚଳରୁ ପୁଲିସ ଏକ ମାଓ ଶିବିର ସୋମବାର ପୁଲିସ କରିଛି। କାଲିମେଳା ଥାନା ଅନ୍ତର୍ଗତ କୁରୁବ ଓ ସୁଧାକୁଣ୍ଟା ଗାଁ ମଝି ଜଙ୍ଗଲରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ବେଳେ ମାଲକାନଗିରି ଡିଭିଏଫ ଓ ବିଏସଏଫ ଯବାନ ମିଳିତ ଭାବେ ଚଢାଉ କରି ଏହାକୁ ଜବତ କରିଛନ୍ତି। ଏହି ଶିବିରରୁ ଅଫୁଟା ଗୁଳି, ଗ୍ୟାସ ସିଲିଣ୍ଡର , ଡିଟୋନେଟୋର ଓ ବିପୁଳ ବିସ୍ଫୋରକ ସାମଗ୍ରୀ ଜାବତ କରାଯାଇଛି। ପୂର୍ବରୁ କାଲିମେଳା ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ରହିଥିବା ବେଳେ ବିଏସଏଫ ମୁତୟନ ପରେ ସେମାନେ ଚିତ୍ରକୋଣ୍ଡା ଅଞ୍ଚଳକୁ ଚାଲି ଯାଇଥିବା ଜଣାପଡ଼ିଛି ।

Comments are closed.