କୁକୁଡା ଖାଇବାକୁ ଆସି ଫସିଲା ଅଜଗର

ମାଲକାନଗିରି: ମାଲକାନଗିରି ସହରର ଜେଲ୍‌ସାହିରେ କୁକୁଡ଼ା ଖାଇବାକୁ ଆସି ଏକ ବିରାଟ ଅଜଗର ସାପ ଫସି ଯାଇଥିବା ଦେଖିବାକୁ ମିଳିଥିଲା। ଅଜଗର ସାପ କୁକୁଡ଼ା ଖାଇବାକୁ ଆସିଥିବା ଜଣାପଡ଼ିବା ପରେ ସ୍ନେକ୍‌ଲାଇନ୍‌କୁ ସୂଚନା ଦିଆଯାଇଥିଲା। ସ୍ନେକ୍‌ଲାଇନ୍‌ର ସଦସ୍ୟମାନେ ଅଜଗର ସାପକୁ ଉଦ୍ଧାର କରିଥିଲେ।
ମାଲକାନଗିରି ଜେଲସାହି ସ୍ଥିତ ସନ୍ତୋଷ ଡାକୁଆଙ୍କ କୁକୁଡା ଘର ନିକଟରୁ ଏକ ବିରାଟ ଅଜଗର ସାପ ଦେଖିବାକୁ ମିଳିଥିଲା। ସନ୍ତୋଷଙ୍କ କୁକୁଡ଼ା ଘର ନିକଟରେ ଏକ ଅଜଗର ସାପ ଥିବା ଖବର ପାଇବା ପରେ ଉଦ୍ଧାର ପାଇଁ ସେଠାରେ ସ୍ନେକଲାଇନ୍‌ର ସଦସ୍ୟମାନେ ପହଞ୍ଚିଥିଲେ। ଏହାପରେ ସତର୍କତାର ସହ ସନ୍ତୋଷଙ୍କ କୁକୁଡ଼ା ଘର ନିକଟରୁ ସ୍ନେକ୍‌ଲାଇନ୍‌ର ସଦସ୍ୟମାନେ ଅଜଗର ସାପକୁ ଉଦ୍ଧାର କରିଥିଲେ। ଏହି ଅଜଗର ସାପଟିର ଲମ୍ବ ପ୍ରାୟ ୭ ଫୁଟ ବୋଲି ଜଣା ପଡିଛି। ବର୍ଷା ଯୋଗୁ ଅଜଗର ସାପ ଗୁଡିକ ପାହାଡରୁ ଖସି ଗାଁ ମୁହାଁ ହୋଇଛନ୍ତି। ତେଣୁ ମାଲକାନଗିରି ସହରରୁ ଅଜଗର ଉଦ୍ଧାର ହେଉଛି। ଏହାର ପ୍ରତିକାର ପାଇଁ ଜଙ୍ଗଲ ବିଭାଗ ପ୍ରଶାସନ ଓ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Comments are closed.