ସ୍ୱାଭିମାନ ଅଞ୍ଚଳର ବୃଦ୍ଧାଙ୍କୁ ଲୋକସେଵେକ ମଣ୍ଡଳ ଓ ସମାଜ ରିଲିଫ ଫଣ୍ଡ ପକ୍ଷରୁ କମ୍ବଳ ବଣ୍ଟନ

ମାଲକାନଗିରି : ଚିତ୍ରକୋଣ୍ଡାରେ ମଙ୍ଗଳବାର ସମାଜ ତରଫରୁ ଗରିବ ଆଦିବାସିଙ୍କୁ ଶୀତ ପୋଷାକ, କମ୍ବଳ ଓ ପୋଷାକ ବଣ୍ଟନ କରାଯାଇଛି। ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲରେମନ ଖରସେଲ ଓ ବିଶିଷ୍ଟ ସମାଜସେବୀ ଦେବେନ୍ଦ୍ର ଦାସ ଏହାକୁ ବଣ୍ଟନ କରିଥିଲେ । କମାରଗୁଡା, ପ୍ରଜାଗୁଡା, ଡେପସାହି ସହିତ ଯନ୍ତ୍ରୀ ପଞ୍ଚାୟତ ଓ ପନସପୁଟ ପଞ୍ଚାୟତର ବିସ୍ଥାପିତ ପରିବାରଙ୍କୁ କମ୍ବଳ ଓ ଶୀତ ପୋଷାକ ଯୋଗାଇ ଦିଆଯାଇଥିଲା। ଚିତ୍ରକୋଣ୍ଡା ସମାଜ ପ୍ରତିନିଧି ଦେବେନ୍ଦ୍ର ସାହୁଙ୍କ ନେତୁତ୍ୱରେ ଏହା ପରିଚାଳନା କରାଯାଇଥିଲା।

Comments are closed.