ହସ୍ପିଟାଲରେ ମିଳିଲେନି ଡ଼ାକ୍ତର ଓ କର୍ମଚାରୀ , ହଟହଟା ହେଲେ ପ୍ରସୂତି

ମାଲକାନଗିରି : ରାସ୍ତା ସମସ୍ୟା ଓ ଆମ୍ବୁଲାନ୍ସ ସେବା ନ ମିଳିବାରୁ ବାଲିମେଳା ଜଳଭଣ୍ଡାର ଭିତରେ ଥିବା ଯୋଡ଼ାମ୍ବ ପଞ୍ଚାୟତର ଜନ୍ତୁରାଇ ଗ୍ରାମରେ ଶୁକ୍ରବାର ଜଣେ ପ୍ରସୂତି ହଟହଟା ହେବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,ଜନ୍ତୁରାଇ ଗ୍ରାମର ମହେନ୍ଦ୍ର ପୁନାଙ୍କ ପତ୍ନୀ ଦଇମତି ପୁନା ପ୍ରସୂତି ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କୁ ପ୍ରଥମେ ଯୋଡ଼ାମ୍ବ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡ଼ାକ୍ତର ଓ କର୍ମଚାରୀ ନଥିବାରୁ ବାଧ୍ୟ ହୋଇ ସେମାନେ ଏକ ଦେଶୀ ମୋଟର ଡ଼ଙ୍ଗାରେ ଯାଇଥିଲେ। ଡ଼ଙ୍ଗାରୁ ଓହ୍ଲାଇବା ପରେ ସେମାନେ ଚିତ୍ରକୋଣ୍ଡା ମେଡ଼ିକାଲକୁ ଯିବାପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ମାତ୍ର ଆମ୍ବୁଲାନ୍ସ ନମିଳିବାରୁ ପ୍ରସୂତିଙ୍କୁ ଏକ ଅଟୋରେ ମେଡ଼ିକାଲକୁ ନିଆଯାଇଥିଲା।

Comments are closed.