ଚିତ୍ରକୋଣ୍ଡା ପୁଲିସ ପକ୍ଷରୁ ୫ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକାମା ମୁଡି ପଂଚାୟତ ଅନ୍ତର୍ଭୁକ୍ତ ଡାଇକ-୨, ଡାଇକ-୩ , ଓ ବାନ୍ଦମାମୁଡି ଗ୍ରାମ ନିକଟ ଜମି ଓ ଜଙ୍ଗଲ ଜମିରୁ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ନେତୃତ୍ୱରେ ପୁଲିସ ସଦଳବଳେ ମିଶି ଉକ୍ତ ଅଂଚଳରେ ବେଆଇନ ଭାବେ ଚାଷ ହୋଇଥିବା ୩୦ ଏକର ଜମିରୁ ୫୦ ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛ କଟା ଯାଇ ପୋଡି ନଷ୍ଟ କରିଦିଆଯାଇଛି। ଯାହାର ଆନୁମାନିକ ମୂଲ୍ୟ ପାଞ୍ଚ କୋଟି ଟଙ୍କା ହେବ। ଏ ନେଇ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ ଚଳିତ ବର୍ଷ ଚିତ୍ରକୋଣ୍ଡା ଅଂଚଳରୁ ବହୁ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ କରାଯିବ ବୋଲି ସୂଚନା ମିଳିଛି।

Comments are closed.