ମାଲକାନଗିରି ଗସ୍ତରେ ରାଜସ୍ୱ ମନ୍ତ୍ରୀ, ବନ୍ୟା ଜନିତ କ୍ଷୟକ୍ଷତିର କଲେ ସମୀକ୍ଷା

ମାଲକାନଗିରି : ମାଲକାନଗିରି ଗସ୍ତରେ ବୁଧବାର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଯାଇଛନ୍ତି। ଗତ ୪ ଦିନ ଧରି ଲଗାଣ ବର୍ଷାରେ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁ ପଦ ସେଠୀ ଏହାର ସମୀକ୍ଷା କରିଥିଲେ। ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜସ୍ୱ ମନ୍ତ୍ରୀ ଓ ଅନ୍ୟମାନେ ବନ୍ୟା ଜନିତ କ୍ଷୟକ୍ଷତିର ଆକଳନ କରିବା ସହ ପୀଡ଼ିତଙ୍କୁ ତୁରନ୍ତ କ୍ଷତି ପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହୋଇଥିଲେ। ଏହାସହ ଏହି ବୈଠକରେ ମନୀଷ କୁମାର ଅଗ୍ରୱାଲ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବକା, ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଏବଂ ଏସପି ଜଗବନ୍ଧୁ ମନା ଉପସ୍ଥିତ ରହିଛନ୍ତି।

Comments are closed.