ପୁଲିସ ଗୁଳିରେ ମହିଳା ମାଓ କମାଣ୍ଡର ମୃତ

0

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତରେ ମଙ୍ଗଳବାର ପୁଣି ପୁଲିସ ମାଓବାଦୀ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମହିଳା କ୍ୟାଡର କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ସୁକମା ଏସ୍‍.ପି. ଅଭିଶେକ ମୀନାଙ୍କ ସୂଚନା ଅନୁସାରେ, ଛତିଶଗଡ ସୁକମା ଜିଲା ଗୋଧରପାରା ଏବଂ ମୁଲେର ଅଞ୍ଚଳରେ ପୁଲିସ ବାହିନୀ ଓ ଏସ୍‍ଡିଏଫ. ପକ୍ଷରୁ କମ୍ବିଂ କରା ଯାଉଥିବା ସମୟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ
ଘଟିଥିଲା। ଏଥିରେ ବଡି ସେଟ୍ଟୀ ନାମକ ଆଂଚଳିକ ମାଓ ସଂଗଠନର ଜଣେ ମହିଳା କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ପୁଲିସ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଛି। ଏବେ ବି ସେହି ଅଞ୍ଚଳରେ କମ୍ବିଂ ଜୋରଦାର ଜାରି ରହିଛି। ଛତିଶଗଡରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମାଓ ପ୍ରବଣ ଅଞ୍ଚଳରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି।

Leave A Reply