ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ମୋବାଇଲ ସେବା

ମାଲକାନଗିରି: ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ସୋମବାର ଆରମ୍ଭ ହୋଇଛି ମୋବାଇଲ ସେବା।  ପୂର୍ବରୁ ମୋବାଇଲ ସେବା ପାଇଁ ଏହି ଅଞ୍ଚଳର ଲୋକଙ୍କୁ ଚିତ୍ରକୋଣ୍ଡା ଆସିବାକୁ ପଡୁଥିଲା। ନକ୍ସଲଙ୍କ ଭୟରେ ଏହି ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରୁ ନ ଥିଲା । ପ୍ରଶାସନ ଓ ପୁଲିସର ସୁରକ୍ଷା ଯୋଗୁ ଆଜି ସ୍ଵାଭିମାନ ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରିଛି । ପୂର୍ବରୁ ଗୁରୁପ୍ରିୟା ସେତୁ ଯୋଗୁ ଯୋଗାଯୋଗ ସମ୍ଭବ ହୋଇଥିବା ବେଳେ ଏବେ ମୋବାଇଲ ସୁବିଧା ସ୍ଵାଭିମାନ ଅଞ୍ଚଳବାସୀଙ୍କୁ ବିକାଶ ସହ ଯୋଡ଼ିଛି।

ସୂଚନା ଅନୁଯାୟୀ, ହାତାଳଗୁଡ଼ା, ପିପଲପଦର, ଯନ୍ତାପାଳ ଓ ଦାରଲାବେଡାରେ ଘରୋଇ କମ୍ପାନୀ ଏୟାରଟେଲା  ମୋବାଇଲ ସେବା ଯୋଗାଇଛି। ଏଥିରେ ପ୍ରାୟ ୩୦ ହଜାର ଲୋକ ଉପକୃତ ହେବେ ବୋଲି ଜଣାପଡ଼ିଛି।

Comments are closed.