ସ୍ୱାଭିମାନ ଅଞ୍ଚଳରେ ମାଓ ମେଳି

0

ମାଲକାନଗିରିର : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ଗତକାଲି ଶୁକ୍ରବାର ଏକ ମାଓ ମେଳି ହୋଇଥିବା ଜଣାପଡ଼ିଛି। ଏଥିରେ ମାଓ ନେତା ସୁଧିର ଯୋଗ ଦେଇ ମାଓ ସଂଗଠନକୁ ସୁଦୃଢ଼ କରିବା ଉପରେ ମତବ୍ୟକ୍ତ କରିଥିବା ଜଣାପଡ଼ିଛି। ପୁଲିସର ସୂଚନା ଦାତା ଭାବେ କାର୍ଯ୍ୟ ନ କରିବାକୁ ଚେତାବନୀ ଦିଆଯାଇଛି। ଯଦି ଏହାକୁ କେହି ଖିଲାପ କରେ, ତେବେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏ ଅବସରରରେ ମାଓ ନେତ୍ରୀ ମୀନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶହୀଦ ସ୍ମୃତି ସ୍ତମ୍ବ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ଧିରେ ଧିରେ ଜିଲ୍ଲାରେ ମାଓ ଦୁର୍ଗ ଭୂଷୁଡ଼ି ପଡ଼ିବାରେ ଲାଗିଥିବା ବେଳେ ଏହି ମେଳି ଜରିଆରେ ସଂଗଠନକୁ ପୁଣି ସୁଦୃଢ଼ କରିବାକୁ ଚେଷ୍ଟା ଚାଲିଥିବା ଅନୁମାନ କରାଯାଉଛି। ଏହି ମେଳିରେ ଆଖ ପାଖର ହଜାର ହଜାର ଯୁବକ ଓ ଯୁବତୀ ଯୋଗ ଦେଇଥିବା ଜଣାପଡ଼ିଛି।

Leave A Reply