ସ୍ୱାଭାବିକ୍‍ ହେଉଛି ମାଲକାନଗିରି, ସୁଧୁରୁଛି ବନ୍ୟା ପରିସ୍ଥିତି

- ମୋଟୁ ପଚାଂୟତର ବିଭିନ୍ନ ଗ୍ରାମ ପାଣିଘେରରେ

ମାଲକାନଗିରି ଜିଲ୍ଲା ଦେଇ ପ୍ରବାହିତ ପ୍ରମୁଖ ନଦୀଗୁଡିକରୁ ଜଳସ୍ଥର ହ୍ରାସ ପାଉଥିବାରୁ ବନ୍ୟା ପରିସ୍ଥିତିରେ କ୍ରମଶଃ ଉନ୍ନତି ଦେଖାଦେଇଛି। ସପ୍ତଧାରା, ସାବେରୀ, ସିଲେରୁ, ପୋଟେରୁ ନଦୀରେ ଜଳସ୍ତର ହ୍ରାସ ପାଇବା ଫଳରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହେଉଛି।

ବିଶେଷ ଭାବରେ ମାଲକାନଗିରି-କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ପୋଲ ଉପରୁ ବନ୍ୟା ଜଳ ଛାଡିବା ପରେ ସେହି ରୁଟରେ ପୁଣି ଯାତାୟାତ ଆରମ୍ଭ ହୋଇଛି। କନ୍ୟାଶ୍ରମ ପୋଲ ଉପରୁ ମଧ୍ୟ ପାଣି ଛାଡିବା ପରେ କାଲିମେଳା-ପଡ଼ିଆ ମଧ୍ୟରେ ଯୋଗାଯୋଗ ସମ୍ଭବ ହୋଇଛି। ଅନ୍ୟପକ୍ଷରେ ପୋଟେରୁ ବ୍ରିଜ୍‍, ପାଙ୍ଗାମ, ଏମଭି-୯୬ ପୋଲରୁ ବନ୍ୟା ଜଳ ହ୍ରାସ ପାଇଛି।

ତେବେ ଗୋଦାବରୀ ନଦୀର ବନ୍ୟା ଜଳ ମାଡିଯିବାରୁ ମୋଟୁ ପଚାଂୟତର ବିଭିନ୍ନ ଗ୍ରାମ ପାଣିଘେରରେ ରହିଛି। ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି ଗତକାଲି ମୋଟୁ ବନ୍ୟାଚଂଳ ପରିଦର୍ଶନ କରିବା ସହ ମୋଟୁ ତହସିଲଦାର ଓ କାଲିମେଳା ବିଡ଼ିଓଙ୍କ ସହିତ ବନ୍ୟା ପରିସ୍ଥିତି ଓ ବିପନ୍ନଙ୍କ ଥଇଥାନ ନେଇ ଆଲୋଚନା କରିଥିଲେ।

Comments are closed.