କୃଷକ ବିରୋଧୀ ଆଇନକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ମାଲକାନଗିରି:ସର୍ବଭାରତୀୟ କୃଷକ ସଂଗଠନର ଦିଲ୍ଲୀରେ ଘେରାଉ ଓ ଆନ୍ଦୋଳନକୁ ସମର୍ଥନ କରି ଆଜି ଜିଲା କୃଷକ ସମନ୍ୱୟ ସମିତି ପକ୍ଷରୁ ଗଣଧାରଣା ଦିଆ ଯାଇଛି। ତିନୋଟି କଳା ଆଇନକୁ ବିରୋଧ କରି ଏହି ଧାରଣା ଦିଆ ଯାଇଥିବା ବେଳେ ମୁଖ୍ୟତଃ କୃଷି ଓ କୃଷକ ବିଲକୁ ବିରୋଧ କରା ଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକ ଓ କୃଷି ଉପରେ ଆକ୍ରମଣ କରି ଏହି ବିଲ୍ କୃଷକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ଏବଂ କୃଷକଙ୍କ ଅର୍ଜିତ ଅଧିକାରକୁ ଛଡାଇ ନିଆଯାଇଥିବା ଅଭିଯୋଗ କରିଥିବାବେଳେ ମହାମାରି କରୋନା ସମୟରେ କୃଷକଙ୍କ ଅବସ୍ଥାକୁ ଉପଲବ୍ଧ ନ କରି ଏଭଳି ବିବାଦୀୟ ବିଲ୍ ଆଣିବା ନେଇ ବିରୋଧ କରା ଯାଇଥିଲ। ବିଲ ପ୍ରତ୍ୟାହୃତ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହା ଯାଇଥିଲା। ଏହି ଧାରଣାରେ ମାଲକାନଗିରି ଜିଲା ଆଦିବାସୀ ସଂଘ, ରାଷ୍ଟ୍ରୀୟ କିଶାନ ମଜୁଦୁର ମହାସଂଘ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ବହୁଜନ କ୍ରାନ୍ତୀ ମୋର୍ଚା, ବହୁଜନ କୃଷକ ସଂଘ, ଅକିଳ ଭାରତ କୃଷକ ସଭା, ଆଦିବାସୀ ମହାସଂଘ, ଜିଲା ଆଦିବାସୀ ମହାସଂଘ ପ୍ରମୁଖ ସାମିଲ ଥିବା ବେଳେ କଂଗ୍ରେସ ଜିଲା ସବାପତି ଗୋବିନ୍ଦ ପାତ୍ର, ବ୍ରଜ ମାଝି, ଘେନୁ ମୁଦୁଲି, ସନୁ ଅନୁଗୁ, ପ୍ରାଣକୃଷ୍ଣ ମଣ୍ଡଳ, ଲଛମନ ଘରାମୀ ପ୍ରମୁଖ ନେତୃତ୍ୱ ନେଇଥିଲ।

Comments are closed.