ସ୍ୱାଭିମାନ ଅଞ୍ଚଳରେ ଐତିହାସିକ ପ୍ରଗତି ପଛରେ ସୁରକ୍ଷାକର୍ମୀଙ୍କ ଅବଦାନ ଅତୁଳନୀୟ : ଡିଆଇଜି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପୂର୍ବର ବିଛିନ୍ନାଞ୍ଚଳ ଏବଂ ଆଜିର ସ୍ୱାଭିମାନ ଅଞ୍ଚଳ ପଛରେ ଆକାଶ ପାତାଳ ପ୍ରଭେଦ। ୫୦ ବର୍ଷ ଧରି ବିକାଶରେ କଣ୍ଟା ସାଜିଥିବା ମାଓ ସଂଗଠନକୁ ଦମନ କରିବା ସହ ପୁଲିସ ପ୍ରଶାସନପ କ୍ଷରୁ ଏହି ଅଂଚଳର ଆଦିବାସୀଙ୍କୁ ବିକାଶର ଏକ ନୂଆ ଆଲୋକ ଦେଖାଇବା ପଛରେ ରାଜ୍ୟ ସରକାରଙ୍କ ଆନ୍ତରିକତା ସୁରକ୍ଷା କର୍ମୀଙ୍କ ତ୍ୟାଗ, ଓ ପ୍ରଶାସନିକ କାର୍ଯ୍ୟ ଦକ୍ଷତା ଏହି ତିନୋଟି ବିଭାଗର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସ୍ୱାଭିମାନ ଅଞ୍ଚଳର ବିକାଶର ଧାରାରେ ପରିବର୍ତନ ଆସିଥିବା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍‍ ଅହମ୍ମଦ ପ୍ରକାଶ କରିଛନ୍ତିା ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଟେଲି ଯୋଗାଯୋଗର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛିା ଏହି ଅଞ୍ଚଳର ଲୋକ ଏକଦା ଟେଲିଫୋନ୍‍ ଦେଖଇ ନଥିବା ବେଳେ ହନ୍ତାଳଗୁଡା, ଜଡାମ୍ବ ଠାରେ ଆଜି ଏୟାରଟେଲ ଟାୱାର ଶୁଭାରମ୍ବ ଅବସରରେ ଶ୍ରୀ ଅହମଦ କହିଛନ୍ତି ଯେ, ବର୍ଷ ବର୍ଷ ଧରି ମାଓବାଦୀମାନେ ଏହି ଅଂଚଳରେ ଆତଙ୍କରାଜ ଚଲାଇଥିଲୋ ନିରୀହ ଆଦିବାସୀଙ୍କୁ ବିପ୍ଲବ ନାମରେ ପଥଭ୍ରଷ୍ଟ କରି ବିକାଶ ଧାରାରେ ବାଧକ ସାଜିଥଇଲୋ କିନ୍ତୁ ରାଜ୍ୟସରକାର ଓ ପୁଲିସର ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ତାଙ୍କର ଏକ ବର୍ଷ କାର୍ଯ୍ୟକାରୀ ମଧ୍ୟରେ ସ୍ୱାଭଇମାନ ଅଂଚଳର ପାଇଁ ସୁରକ୍ଷାର ସ୍ୱତନ୍ତ୍ର ଋଣନୀତି ପ୍ରସ୍ତୁତ କରା ଯାଇଥିଲ।।

୨୦୦୨ ମସିହାରୁ ଜଡାମ୍ବ ଠାରେ ଥାନା ନିର୍ମାଣ ନେଇ ପ୍ରଚେଷ୍ଟା ଚାଲିଥିଲେ ସୁଦ୍ଧା ତାହା ହୋଇ ପାରି ନଥିଲ।। କିର୍ନ୍ତ୍ୟୁଏବେ ସେଠାରେ ଓଡିଶା ପୁଲିସ ପହଞ୍ଚିଛିା ଲୋକେ ପୁଲିସକୁ ଭରସା କରୁଛନ୍ତିା ଅହରହ ସୁରକ୍ଷା ପ୍ରଦାନ କରା ଯାଇ ପ୍ରଶାସନ ଏବଂ ଠିକା କମ୍‍ପାନୀର ମନୋବଳ ବୃଦ୍ଧି କରିବା ସହ ରାସ୍ତା ନିର୍ମାଣ, ବିଦ୍ୟାଳୟ ଭବନ ନିର୍ମାଣର ଅଗ୍ରଗତି ଘଟିଛିା ସିଧାଶଳଖ ପିଚୁ ରାସ୍ତା ପଂହଚି ପାରିଛି ପଂଚାୟତ କାର୍ଯ୍ୟାଳୟକୁା ବିକାଶ ନୂଆ ପର୍ଯ୍ୟାୟ ଲୋକେ ଦେଖିବା ପରେ ସ୍ଥାନୀୟ ଆଦବାସୀଙ୍କ ମଧ୍ୟରେ ସରକାରଙ୍କ ଉପରେ ସମ୍ପୂର୍ଣ ଆସ୍ଥା ଓ ଭରଷାଆସି ଯାଇଛିା ସ୍ୱତପ୍ରଭୃତ ଭାବେ ପୁଲିସ ଓ ପ୍ରଶାସନକୁ ସହଯୋଗ କରିବା ଆରମ୍ଭ କଲେଣି। ତାଙ୍କ ପିଲାଙ୍କ ସୁନେଲି ଭବିଷ୍ୟତ ଦେଖିଲେଣି। ଏକଦା ୧୦ ରୁ ୧୧ ହଜାର ଟଙ୍କାରେ ଘୋଡା କିଣି ଦୁର୍ଗମ ଅଂଚଳ ପାହାଡିଆ ରାସ୍ତାରେ ମାଇଲ ମାଇଲ ବାଟ ଯାଉଥିବା ବେଳେ ଆଜି ମଟର ସାଇକେଲ କିଣି ଆଖି ପିଛୁଳାକେ ନିଜ ଗନ୍ତବ୍ୟ ସ୍ଥଳକୁ ପଂହଚି ପାରୁଛନ୍ତି। ଆଗାମୀ ଦିନରେ ସମ୍ପୂର୍ଣ୍ଣ ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କ ଆତଙ୍କ ରାଜବନ୍ଦ କରିବାକୁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ରଣନୀତି କରା ଯାଉଛି। ତେବେ ବର୍ତମାନ ବି ଅପହଂଚ ଦୁର୍ଗମ ଅଂଚଳରେ ଆଦିବାସୀଙ୍କ ଅନିଛା ସତ୍ୱେ ଭୟଭିତ କରାଇ ପ୍ରଜାମେଳୀ କରି ଗଣତାନ୍ତ୍ରିକ ପଦ୍ଧତିକୁ ବିରୋଧ କରୁଛନ୍ତିା ତେବେ ସ୍ଥାନୀୟ ଅଧିବାସୀ ବୁଝି ସାରିଛନ୍ତି ଯେ, ଦିର୍ଘ ବର୍ଷ ଧରି ଏମାନେ କାହିଁକି ବିକାଶର ଏତେ ପଛରେ ଥିଲୋ ସୁରକ୍ଷା କର୍ମୀ ଓ ପୁଲିସକୁ ନେଇ ଯେଉଁ ଲାଲବାହିନୀ ଅପପ୍ରଚାର କରୁଥିଲା ତାହାର ସତ୍ୟତା ନଥିବା ଜାଣି ପାରିଛନ୍ତି। ତେବେ ଏହି ସଫଳତା ନିଶ୍ଚିତ ଭାବେ ଏହି ଅଂଚଳବାସୀଙ୍କ ସେମାନଙ୍କ ସହ ଯୋଗ ଓ ସମର୍ଥନ ବିନା ଅଂଚଳରେ ଉନ୍ନୟନ କାର୍ଯ୍ୟ ହୋଇ ପାରି ନଥାନ୍ତ।। ବର୍ତମାନ ବି ସମୟ ଅଛି ଏହି ଅଂଚଳର ଯୁବପିଢୀ ଯେଉଁମାନେ ପଥଭ୍ରଷ୍ଟ ହୋଇ ବେଆଇନ ସଂଘ ସଂଗଠନରେ ସାମିଲ ହୋଇ ବିପ୍ଲବ ନାମରେ ଅସ୍ତ୍ର ଧରି ଅସମ୍ବିଧାନିକ କାର୍ଯ୍ୟ କରୁଛନ୍ତି। ସେମାନେ ମୁଖ୍ୟ ସ୍ରୋତରେ ଫେରିଲେ ସରକାର ଓ ପୁଲିସ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହଯୋଗ ନିଶ୍ଚିତ ଭାବେ କରାଯିବ। ଥଇଥାନ ସହ କର୍ମ ନିଯୁକ୍ତି ପ୍ରଦାନ କରି ସମାଜରେ ଏକ ସୁନାଗରିକ ଭାବେ ବଂଚିବାକୁ ସୁଯୋଗ ଦିଆ ଯିବ। ପୂର୍ବରୁ ମଧ୍ୟ ଥିବା ଆତ୍ମ ସମର୍ପଣକାରୀମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇବା ସହ ସୁନ୍ଦର ଜୀବନ ଅତିବାହିତ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତିା

Comments are closed.