ବାଲିମେଳା ଜଳଭଣ୍ଡାରର ୨ଟି ଫାଟକ ଖୋଲାଗଲା

0

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇଥିବାରୁ ଜଳ ଭଣ୍ଡାରର ଦୁଇଟି ଫାଟକ ଖୋଲାଯାଇଛି। ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ବିଜୟ କୁମାର କାଲତା ବିଡିପି ,ପୋଟେରୁ ପ୍ରକଳ୍ପ ଯନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶ ଜଳସେଚନ ଯନ୍ତ୍ରୀ ମାନଙ୍କ ଉପସ୍ଥିତି ରେ ଜଳ ଭଣ୍ଡାର ର ଦୁଇଟି ଫାଟକ ବୁଧବାର ସକାଳେ ୧୦ଟାରେ ଖୋଲାଯାଇଛି। ଡ୍ୟାମରେ କ୍ରମଶଃ ଜଳସ୍ତର ବୃଦ୍ଧି ହେବା କାରଣରୁ ଫାଟକ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଗତକାଲି ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଫାଟକ ଖୋଲିବାଦ୍ବାରା ୨୦୦୦୦ କ୍ୟୁସେଜ ଜଳ ନିଷ୍କାସିତ ହୋଇ ଆନ୍ଧ୍ରପ୍ରଦେଶକୁ ଛଡାଯାଇଛି। ଜନସାଧାରଣ ଏନେଇ କୌଣସି ପ୍ରକାର ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନଦୀରେ ଜଳସ୍ତର ବଢିବାର ଆଶଙ୍କା ଥିବାରୁ ଦୋରାଗୁଡା, ଗୁଣ୍ଠାୱାଡା ଏବଂ ନୁଆଗୁଡା ପଞ୍ଚାୟତବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ସିସି ଇଂ ବିକେ କାଳତା ସୂଚନା ଦେଇଛନ୍ତି।

Leave A Reply