ସ୍ବାଭିମାନ ଅଞ୍ଚଳରେ ମାତିଛନ୍ତି ନକଲି ଡାକ୍ତର, ଚିକିତ୍ସା ନାଁରେ ଆଦିବାସୀଙ୍କୁ ଲୁଟ

ଚିକିତ୍ସା ନା ରେ ଜୀବନ ସହ ଖେଳ

ମାଲକାନଗିରି : ଏବେ ଆଉ ନାହିଁ ଜଳ ବନ୍ଦୀ ଜୀବନ , ଏବେ ଆଉ ନାହିଁ ମାଓ ସମସ୍ୟା । ବିଛିନ୍ନାଂଚଳରୁ ସ୍ୱାଭିମାନ ଅଂଚଳର ମାନ୍ୟତା ପାଇଛି । ଅଂଚଳ ବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟିରୁ ବଢ଼ାଇ ୨୧୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଆଉ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ଭ ଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲି ଗୋଟିଏ ଡାକ୍ତର ମଧ୍ୟ ଯୋଗାଇଛନ୍ତି । କିନ୍ତୁ ଲାଲଗଡରେ ସ୍ୱାସ୍ଥ୍ୟ ସେବା ଦେଖିଲେ ସରକାରୀ ସ୍ୱାସ୍ଥ୍ୟ ସେବା ଅଂଚଳ ବାସୀ ଙ୍କ ପାଇଁ ପ୍ରହସନ ପାଲଟିଛି ।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାତିଛନ୍ତି ନକଲି ଡାକ୍ତର । ଡାକ୍ତରୀ ପାଠ ପଢ଼ିନଥିଲେ ବି ଡାକ୍ତର ଙ୍କ ଭଳି ଚିକିତ୍ସା କରୁଛନ୍ତି ଆଉ ମନଇଚ୍ଛା ଔଷଧ ଓ ଇଜେକ୍ସେନ ମଧ୍ୟ ଦେଉଛନ୍ତି ଆଉ ପଚାରିବାରୁ ଆମକୁ ଆମ ବଡ ଡାକ୍ତର ପଠାଇଛନ୍ତି ବୋଲି କହୁଛନ୍ତି ।

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ ମାତିଛନ୍ତି ମିଛ ଡାକ୍ତର । ଚିକିତ୍ସା ନା ରେ ଆଦିବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ।ଡାକ୍ତରୀ ପାଠ ପଢିଥିବାର କୌଣସି ପ୍ରମାଣ ପତ୍ର ନାହିଁ ପଚାରିଲେ କହୁଛନ୍ତି +୨ କଳା ପଢ଼ିଛନ୍ତି ନିଜକୁ ଡାକ୍ତର ର ପରିଚୟ ଦେଇ ସ୍ୱାଭିମାନ ଅଂଚଳର ନିରୀହ ଆଦିବାସୀଙ୍କୁ ଠକି ଚାଲିଛନ୍ତି । ସ୍ୱାଭିମାନ ଅଂଚଳର ପନସପୁଟ ପଂଚାୟତ ର ଜାମୁଗୁଡା ସ୍କୁଲ ପିଣ୍ଡା ରେ ବସି ବାଣ୍ଟୁଛନ୍ତି ଔଷଧ , ଚିକିତ୍ସା ମଧ୍ୟ କରୁଛନ୍ତି ଆଉ ପଚାରିଲେ କହୁଛନ୍ତି ଆଗରୁ ଆମେ ବହୁଥର ମେଡିକାଲ କ୍ୟାମ୍ପ ମଧ୍ୟ କରିଛୁ । ବି. ଏସ. ଏଫ ମାନଙ୍କୁ ମଧ୍ୟ ଔଷଧ ଦେଇଛୁ କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ପଚାରିବାରୁ କହୁଛନ୍ତି ଆମ ପାଖରେ କୌଣସି ତଥ୍ୟ ନାହିଁ ।ଅଭିଯୋଗ ହେଲେ ତଦନ୍ତ କରି କାର୍ୟ୍ୟ ନୁଷ୍ଠାନ ନେବେ କ୍ଷ ତେଵେ ଜେ କେହି ବି ଏ ଘଟଣା ଦେଖିଲେ ଚକିତ କରିବ ନିଶ୍ଚିତ , ଏହି କ୍ଵାକ ମାନେ ଲୋକଙ୍କୁ ଚିକିତ୍ସା କରୁଛନ୍ତି ଏବଂ ଔଷଧ ମଧ୍ୟ ଦେଉଛନ୍ତି ।ପେଟି ପେଟି ଔଷଧ ମଧ୍ୟ ଅଛି ଆଉ ବ୍ୟବହୃତ ଇଂଜେକସନ ମଧ୍ୟ ଅଛି , ଆଉ ଜଣଙ୍କ ପିଛା ହଜାର ରୁ ଦୁଇ ହଜାର ଟଙ୍କା ନେଉଛନ୍ତି ।

ସବୁଠୁ ବଡ କଥା ହେଉଛି ଔଷଧ ଦେଉଥିବା ବ୍ୟକ୍ତି ଜଣଙ୍କ ପୂର୍ବରୁ ବହୁଥର ସ୍ୱାଭିମାନ ଅଂଚଳରେ ମେଡିକାଲ କ୍ୟାମ୍ପ କରିଛନ୍ତି , ଆଉ ତାଙ୍କର କିଏ ବଡ ଡାକ୍ତର ଆସି ରୋଗୀଙ୍କୁ ପରୀକ୍ଷା କରି ଔଷଧ ଲେଖିନେଇଥିଲେ , ଏବେ ସେ ଆସି ଲେଖାଯାଇଥିବା ଔଷଧ କୁ ଦେଉଛନ୍ତି । ଆଉ ତାଙ୍କ ପାର୍ଶ୍ଵରେ ବସିଥିବା ଆଉ ଜଣେ ଯୁବକ ସେ ଲେପଟପ ଧରି ପରୀକ୍ଷା କରୁଛନ୍ତି । କିନ୍ତୁ ଆଶ୍ଚର୍ୟ୍ୟ ହେବା କଥା ହେଉଛି ସେ ଅଷ୍ଟମ ଶ୍ରେଣୀରୁ ଅଧିକ ପଢିନାହାନ୍ତି ।  ମନ ଇଚ୍ଛା ଔଷଧ ଦେଉଛନ୍ତି ଆଉ ମନଇଚ୍ଛା ଇଂଜେକସନ ଦେଉଛନ୍ତି , ହେଲେ ଜଣେ ରୋଗୀକୁ ଏଭଳି ଔଷଧ ରୋଗୀଙ୍କ ଭବିଷ୍ୟତ କଣ ହେବ ତାହା ଭଗବାନ ଭରସା ।

ଯେଉଁଠି ଆଦିବାସୀ ଅଧ୍ୟୁଷିତ ଅଂଚଳର ସରକାରଙ୍କ ସ୍ବାସ୍ଥ୍ୟ ସେବା ଅପହଞ୍ଚ ହେଇଚି ସେଇଭଳି ଅଂଚଳରେ କାୟା ବିସ୍ତାର କରିଛନ୍ତି ଏଭଳି ନକଲି ଡାକ୍ତର , ତେଣୁ ପ୍ରଶାସନ ଏଭଳି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ସହ ନକଲି ଡାକ୍ତର ମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବ ବୋଲି ସ୍ୱାଭିମାନ ଅଂଚଳ ବସି ଦାବି କରିଛନ୍ତି ।

Comments
Loading...