ରାଜୁଲକୋଣ୍ଡା ଜଙ୍ଗଲରୁ ୨୧ କେଜି ଜିଲୋଟିନ୍‍ ଜବତ

ମାଲକାନଗିରି : ଯବାନଙ୍କ କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣରେ ଜି‌େଲାଟିନ ଜବତ ହୋଇଛି। ମାଲକାନଗିରି ଜିଲା ଭେଜାଙ୍ଗିବାଡା ପଞ୍ଚାୟତ ରାଜୁଲକୋଣ୍ଡା ଜଙ୍ଗଲରୁ ୨୦୦ରୁ ଊର୍ଦ୍ଧ୍ବ ଜିଲଟିନ୍‍ ଷ୍ଟିକ୍‍ ଜବତ ହୋଇଛି। ତଥ୍ୟ ଅନୁଯାୟୀ ଗତକାଲି ଚିନ୍ତଲବାଡାର ୭୬ ବାଟାଲିଅନ୍‍ ବିଏସ୍‍ଏଫ ଯବାନ ରାଜୁଲକୋଣ୍ଡା ଜଙ୍ଗଲରେ କୁମ୍ବିଂ ଅପରେସନ କରୁଥିଲେ। ସେହି ସମୟରେ ନିକଟ ପାହାଡରେ ଗୋଟିଏ ବସ୍ତାରେ ଜିଲଟିନ୍‍ ଷ୍ଟିକ୍‍ ଥିବା ଯବାନ କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ଉକ୍ତ ଜିଲୋଟିନ୍‍ ଷ୍ଟିକ୍‍ଗୁଡିକ ଯବତ କରାଯାଇଥିଲା। ଜବତ ଜିଲୋଟିନ୍‍ ପ୍ରାୟ ୨୧ କେଜି ହେବ ବୋଲି ସୂଚନା ମିଳିଛି। ଯବାନ କୁମ୍ବିଂ ଅପରେସନକୁ ଯିବା ସମୟରେ ସେମାନଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରିବାର ଉଦେଶ୍ୟରେ ମାଓବାଦୀ ସେଠାରେ ଜିଲ୍‍ଟିନ ଲୁଚାଇ ରଖିଥିବା କୁହାଯାଉଛି।

Comments are closed.