ଲକ ଡାଉନ ପ୍ରଭାବ : ଚିନ୍ତାରେ ମାଲକାନଗିରି ବ୍ୟବସାୟୀ

ମାଲକାନଗିରି :  ସମଗ୍ର ଭାରତବର୍ଷ ୨୧ ଦିନ ଲକ୍‌ଡାଉନ୍‌ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ ଏହାର ପ୍ରଭାବ ବିଭିନ୍ନ  ସ୍ଥାନରେ ଦେଖିବାକୁ ମିଳିଛି ।  ମାଲକାନଗିରି ଜିଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଲକ ଡଉନ ନିର୍ଦ୍ଦେଶନାମା ଅନୁସାରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଜାରି ରହିବ ଏହା ଉପରେ କଟକଣା ନ ଲାଗିଥିଲେ ମଧ୍ୟ ଏହାର ପ୍ରଭାବ ବଜାର ଉପରେ ପଡୁଛି ବୋଲି ମାଲକାନଗିରି ଜିଲାର ବ୍ୟବସାୟୀମାନେ କହିଛନ୍ତି । କରୋନା ପ୍ରଭାବରେ ବଜାରକୁ ଲୋକେ ଅସୁନାହାନ୍ତି। ଯାହାଫଳରେ ଜିଲାରେ ବ୍ୟବସାୟ ମାନ୍ଦା ଥିବାବେଳେ ଚିନ୍ତାରେ ବ୍ୟବସାୟୀ ମାନେ ଅଛନ୍ତି ।

Comments are closed.