ପରୀକ୍ଷାଗାରରେ ଅଧିକ ଅର୍ଥନେଇ ଠକୁଥିବା ଅଭିଯୋଗରେ ୨ଜଣ ଗିରଫ

ମାଲକାନଗିରି : ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପରୀକ୍ଷା ମାଗଣାରେ ଉପଲବ୍ଧ ହେଉଥିଲେ ମଧ୍ୟ ସେଠାରେ ଥିବା ବରାଳ ଡାଇଗୋନିଷ୍ଟିକ ରୋଗୀମାନଙ୍କୁ  ନିଜ ପରୀକ୍ଷାଗାରରେ ଅଧିକ ଅର୍ଥନେଇ ଠକୁଥିବା ଅଭିଯୋଗ ହେବାପରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ପୁରୁଣା ମେଡ଼ିକାଲ କଲୋନିର ଦିବ୍ୟ ପ୍ରକାଶ ମିଶ୍ର ଏବଂ ବାଲୁଗାଁର ବସନ୍ତ କୁମାର ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଦିବ୍ୟ ପ୍ରକାଶ ମିଶ୍ର ଶିଘ୍ର ରିପୋର୍ଟ ଦେବା ବାହାନାରେ ଗାଁଗହଳିରୁ ଆସୁଥିବା ରୋଗୀମାନଙ୍କ ଠାରୁ ଅଧିକ ଅର୍ଥ ଆଦୟ କରୁଥିଲା ।

Comments are closed.