ମାଲକାନଗିରି ଜିଲାର ୨୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗଣଦୌଡ

ମାଲକାନଗିରି : ମାଲକାନଗିରି ଜିଲା ଡ଼ିଏନକେ ଖେଳପଡ଼ିଆରେ ମଙ୍ଗଳବାର ପୋଗ୍ରେସିଭ୍ ସିଟିଜେନ ଫୋରମ ତରଫରୁ ୨୭ ତମ ଜିଲା ପ୍ରତିଷ୍ଠା ଦିବସ ଅବସରରେ ଏକ ଗଣଦୌଡ ଆୟୋଜନ କରାଯାଇଥିଲା । ୧୯୯୨ ମସିହାରେ ମାଲକାନଗିରିକୁ ଜିଲା ମାନ୍ୟତା ମିଳିଥିଲା ।  ବୁଧବାର ଅକ୍ଟୋବର ୨ ତାରିଖରେ ଜିଲା ଗଠନର ୨୭ ବର୍ଷ ପୁରଣ ହେଉଛି ।

ଏହି ଗଣଦୌଡ଼ରେ ସ୍କୁଲ ଛାତ୍ର, ଜିଲା ପୁଲିସ, ଜିଲା ଆରକ୍ଷୀ ଅଧୀକ୍ଷକ ରିସିକେଶ ଡ଼ି ଖିଲାଡ଼ି , ବିଭିନ୍ନ ସ୍ବେଚ୍ଛାସେବୀ ସମେତ ୧୦୦ରୁ ଅଧିକ ପ୍ରତିଯୋଗୀ ଭାଗନେଇଥିଲେ । ଏହି କାର୍ଯ୍ୟକ୍ରମରେ ପୋଗ୍ରେସିଭ୍ ସିଟିଜେନ ଫୋରମର ଆବାହକ ଦୁର୍ଗା ତ୍ରିପାଠୀ,  ଦୁସମନ୍ତ ଜେନା, ସଦର ଥାନା ନିରୀକ୍ଷକ ରାମପ୍ରସାଦ ନାଗ, ଶିଳ୍ପପତି ତପନ ସାନା , ମା ଘର ସଭାନେତ୍ରୀ ପ୍ରସାନ୍ତି ବିସୋଇ ସମେତ ଶତାଧିକ ଜନସାଧାରଣ ଏବଂ ପୁଲିସ କର୍ମଚାରୀ ଯୋଗଦେଇଥିଲେ । ଏହି ଗଣଦୌଡ ଡିଏନକେ ଖେଳ ପଡ଼ିଆରୁ ଆରମ୍ଭ ହୋଇ ମାଲକାନଗିରି ଷ୍ଟାଡିୟମରେ ଶେଷ ହୋଇଥିଲା । ସେଠାରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା  ।

Comments are closed.