ନ୍ୟାୟ ନ ମିଳିଲେ ଆନ୍ଦୋଳନ କରିବୁ, ପଡିଆ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଚେତାବନୀ

0

ମାଲକାନଗିରି : ଗତ ଶନିବାର ଦିନ ପଡିଆ ଆବାସିକ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାର ଗଣିତ ଅବଜେକ୍ଟିଭ୍‍ର ଓଏମଆର ସିଟ୍‍ ଚୋରି ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛିା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଚିନ୍ତାରେ ଥିବା ବେଳେ ବର୍ତମାନ ସୁଦ୍ଧା ପୁଲିସ ଓଏମଆର ସିଟକୁ ଉଦ୍ଧାର କରିବାରେ ସଫଳ ହୋଇ ପାରିନାହିାଁ ଅନ୍ୟ ପକ୍ଷରେ ଗତ ମଙ୍ଗଳବାର ଦିନ ଗିରଫ ତିନି ଅଭିଯୁକ୍ତ ସତ୍ରୁଘ୍ନ ସ୍ୱାଇଁ, ଜଳନ୍ଧର ବେହେରା, ଓ ସନ୍ଦିପ ସାହୁକୁ ପୁଲିସ ରିମାଣ୍ଡରେ ନେବାପାଇଁ କୋର୍ଟରେ ଆବେଦନ କରିଥିବା ବେଳେ ତାଙ୍କ ରିମାଣ୍ଡର ଆବେଦନକୁ କୋର୍ଟ ଗ୍ରହଣ କରିଛିା
ଅନ୍ୟ ପକ୍ଷରେ ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କ ଭବିଷ୍ୟତ ଅନ୍ଧାରରେ ଠେଲି ହୋଇଥିବା ବେଳେ ବୋର୍ଡ କର୍ତୃପକ୍ଷ ତାଙ୍କୁ କଣ ନ୍ୟାୟ ଦେବେ ସେଥିନେଇ ଛାତ୍ରଛାତ୍ରୀ ମାନେ ବହୁ ଆଶା ରଖିଛନ୍ତି। ପୁନର୍ବାର ପରୀକ୍ଷା ଦେବା ନେଇ ଛାତ୍ରଛାତ୍ରୀ ରୋକଠୋକ ମନା କରି ଦେଇଛନ୍ତିା ତାଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ କରିବେ ବୋଲି ମଧ୍ୟ ଧମକ ଦେଇଛନ୍ତିା ତେବେ ଉପଜିଲ୍ଲାପାଳ ଘଟଣାର ସରଜମିନ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରିପୋର୍ଟକୁ ଗଣଶିକ୍ଷା ବିଭାଗକୁ ପଠାଯାଇଛିା ତେବେ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ କୌଣସି ନିଷ୍ପତି ନିଆଯାଇନାହାଁ
ସୂଚନାଯୋଗ୍ୟ ଯେ ପଡିଆ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ପଡିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଣିତ ପରୀକ୍ଷାର ଦୁଇଟି ସିଟିଂ ହୋଇଥିଲ।। ପ୍ରଥମେ ଅବଜେକ୍ଟିଭ୍‍ ପରୀକ୍ଷା ପରେ ଉତର ଖାତା ଗୁଡିକୁ ସୁପରିଂଟେଣ୍ଡଂଟ ତଥା ପ୍ରଧାନ ଶିକ୍ଷକ ବିଦ୍ୟୁତ କୁମାର ପାତ୍ର, ଅତିରିକ୍ତ ସୁପରିଂଟେଣ୍ଡେଂଟ ଶତ୍ରୁଘ୍ନ ସ୍ୱାଇଁକୁ ଦେଇଥିବା ବେଳେ ଅବଜର୍ଭର ଭାବେ କୃଷି ବିଭାଗର ଶସ୍ୟ ସଂରକ୍ଷଣ ଅଧିକାରୀ ସନ୍ଦିପ ସାହୁଙ୍କ ଉପସ୍ଥିତିରେ ଉତର ଖାତା ଗୁଡିକୁ ଡେପୁଟି ସୁପରିଂଟେଣ୍ଡେଂଟ ଶ୍ରୀ ସ୍ୱାଇଁଙ୍କୁ ପ୍ରଦାନ କରା ଯାଇଥିଲ।। ତେବେ ଶ୍ରୀ ସ୍ୱାଇଁ ଏହି ଖାତା ଗୁଡିକୁ ନେଇ କମନ ରୁମ୍‍ର ଡ୍ର ରେ ରଖିଥିଲୋ ତେବେ ୯.୪୫ ରେ ପରୀକ୍ଷା ଆରମ୍ଭ ହୋଇଥିଲା ବେଳେ ୧୧ ଘଟିକା ସମୟରେ ପ୍ରଥମ ସିଟିଂ ଅବଜେକ୍ଟିଭ୍‍ ଗଣିତ ବିଷୟ ସରିବା ପରେ ଖାତା ଗୁଡିକୁ ସିଲ୍‍ କରି ୧୧.୩୦ ମିନିଟରେ କମନ୍‍ ରୁମ୍‍ ରେ ରଖା ହେଲ।। ତେବେ ଦ୍ୱିତୀୟ ସିଟିଂ ସବଜେକ୍ଟିଭ୍‍ ଗଣିତ ପରୀକ୍ଷା ନିମନ୍ତେ ସମସ୍ତେ ବ୍ୟସ୍ତ ହୋଇଥିବା ବେଳେ ୧୧ ଘଟିକାର ଠାରୁ ୧୨.୩୦ ମଧ୍ୟରେ କେହି ଉତର ପତ୍ରକୁ ଚୋରି କରି ନେଇ ଯାଇଥିବା ଅନୁମାନ କରା ଯାଇଥିଲ।। ଏଥିନେଇ ଗତକାଲି ବି.ଇ.ଓ. ଥାନାରେ ମାମଲା ଦେବାପରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‍ ଅତିରିକ୍ତ ଏସ୍‍.ପି. ଉର୍ଧବ ନାୟକଙ୍କ ଦ୍ୱାରା ଘଟଣାର ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିଥିଲ।। ସମସ୍ତ ଘଟଣା ତଦନ୍ତ ବେଳେ ଡେପୁଟି ସୁପରିଂଟେଣ୍ଡେଟ ଶତ୍ରୁଘ୍ନ ସ୍ୱାଇଁ, ପ୍ରଧାନ ଶିକ୍ଷକ ବିଦ୍ୟୁତ କୁମାର ପାତ୍ର, ଅବଜର୍ଭର ସନ୍ଦିପ କୁମାର ସାହୁ, ଏବଂ ଗଠନପାଲ୍ଲୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା, ସହକାରୀ ଶିକ୍ଷକ ପ୍ରଭାକର ପାଢିଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଇଥିଲା। ତେବେ ତଦନ୍ତରେ ପ୍ରକୃତ ପକ୍ଷେ ନବୀନ ଚନ୍ଦ୍ର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଥିଲା ଏବଂ ତାଙ୍କୁ ଡେପୁଟି ସୁପରିଂଟେଂଡେଂଟ ସତ୍ରୁଘ୍‍ନ ସ୍ୱାଇଁ ଓ ଅବଜର୍ଭର ସନ୍ଦିପ ସାହୁ ସହାୟତା କରିଥିବା ଜଣାପଡିବା ପରେ ତାଙ୍କ ନାମରେ ମକଦମା ରୁଜୁ କରାଯାଇ ପୁଲିସ ଜେଲ ହାଜତକୁ ପଠାଯାଇଥିଲ।। ତେବେ ପୁର୍ନବାର ଏହି ତିନିଜଣଙ୍କୁ ପୁଲିସ ରିମାଣ୍ଡରେ ନେଇ ଅଧିକ ତଥ୍ୟ ପାଇଁ ମାରାଥନ ଜେରା କରାଯିବ ବୋଲି ଜଣାପଡିଛିା

Leave A Reply