ମଟରସାଇକେଲ ପୋଡିଲେ ଦୁର୍ବୃତ୍ତ

0

ମାଲକାନଗିରି: ମାଲକାନଗିରି ସଦର ମହକୁମା ୧୧୯ କଲୋନୀରେ ଅସୀମ ସରଦ୍ଦାର ନାମକ ଜଣେ ବ୍ୟବସାୟୀଙ୍କ ଘର ବାହାରେ ଥିବା ଏକ ମଟର ସାଇକେଲକୁ କିଛି ଦୁର୍ବୃତ୍ତ ପେଟ୍ରୋଲ ଢାଳି ପୋଡି ଦେଇଥିବା ମାଲକାନଗିରି ଥାନାରେ ଅଭିଯୋଗ ହୋଇଛିା ବୁଧବାର ବିଳମ୍ବିତ ରାତିରେ ଘରବାହାରେ ଧୁଆଁ ହେଉଥିବା ଦେଖିବା ପରେ ପରିବାର ବର୍ଗ ବାହାରକୁ ଆସିଥିଲୋ ତେବେ ଏହି ସମୟ ମଧ୍ୟରେ ମଟର ସାଇକେଲ ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଥିଲ।। ତେବେ କିଏ କାହିଁକି ଏହି ମଟର ସାଇକେଲକୁ ପୋଡିଲେ ତାହା ଜଣା ପଡି ନଥିବା ବେଳେ ମାଲକାନଗିରି ପୁଲିସ ଏଥିନେଇ ମକଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛିା

Leave A Reply