ଖ୍ରୀଷ୍ଟଧର୍ମ ପାଷ୍ଟର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ

0

ମାଲକାନଗିରି : ମାଲକାନଗିରି ଜିଲା ଖ୍ରୀଷ୍ଟଧର୍ମର ପାଷ୍ଟର ସଂଘ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତିା ମାଲକାନଗିରି, ମାଥିଲି, କୋରୁକୋଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, କାଲିମେଳା, ପଡିଆ ବ୍ଲକର ପ୍ରାୟ ୫୩ଜଣ ଖ୍ରୀଷ୍ଟଧର୍ମର ପ୍ରତିନିଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲୋ ପ୍ରଥମେ ଏହି ଦଳ କ୍ରୀଡା ଓ ଯୁବ ବେପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ସାକ୍ଷାତ କରିବା ପରେ ଏକ ରାଲିରେ ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିଲେ ଏବଂ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ମାଲକାନଗିରିରେ ଚର୍ଚ୍ଚ ଗୁଡିକ ନିର୍ମାଣ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲ। ବିଶେଷ କରି ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ମାନଙ୍କୁ ସରକାରୀ ସୁବିଧା ପ୍ରଦାନ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ ପାଇଁ ଏମାନେ ଦାବି କରିଥିଲୋ ଉଜ୍ୱଳ ଚନ୍ଦ୍ର ସତମନ୍‍, ପାଳକ ରେମ ପୋଲ୍‍ ପ୍ରମୁଖ ନବୀନ ନିବାସ ପହଞ୍ଚି ଏମାନଙ୍କର ବିଭିନ୍ନ ଦାବୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବରିଷ୍ଠ ବିଜେଡି ନେତା ପ୍ରଭାକର ପ୍ରଧାନ ଓ ମାଲକାନଗିରି ଜିଲ୍ଲା ପର୍ଯ୍ୟ ବେକ୍ଷକ ରାଜେନ୍ଦ୍ର ଆଚାର୍ଯ୍ୟଙ୍କ ପ୍ରୋତ୍ସାହନରେ ଏମାନେ ଭୁବନେଶ୍ୱର ଯାଇଥିବା ଜଣାପଡିଛିା

Leave A Reply