ନିଯୁକ୍ତି ମେଳାରେ ଅଂଶଗ୍ରହଣ କଲେ ୧୦୧୪ ଯୁବକ ଯୁବତୀ

0

ମାଲକାନଗିରି : ମାଲକାନଗିରି ସଦର ମହକୁମା ଷ୍ଟାଡିୟମ ପରିସରରେ ଜିଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୦୧୪ଜଣ ଯୁବକ ଯୁବତୀ କର୍ମ ନିଯୁକ୍ତି ପାଇଁ ପଂଜିକରଣ କରିଥିଲୋ ଏହି ମେଳାରେ ୮ଜଣ ତାଲିମପ୍ରାପ୍ତ କର୍ମଚାରୀ ବିଭିନ୍ନ ବର୍ଗରେ ଯୁବକ ଯୁବତୀ ମାନଙ୍କୁ ପରୀକ୍ଷା କରିଥିଲ। ୧୬ଟି କମ୍ପାନୀର ଅଧିକାରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲା ବେଳେ ଏୟାର ଫୋର୍ସ, ଭାରତୀୟ ଷ୍ଟେଟ ବ୍ୟାଙ୍କ ତାଲିମ କେନ୍ଦ୍ରର କର୍ମଚାରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲୋ। ଶନିବାର ଏହି ମେଳାରେ ୨୭୨ ଜଣଙ୍କୁ ନିଯୁକ୍ତି ପତ୍ର ଦିଆ ଯାଇଥିଲା ବେଳେ ୩୨୨ ଜଣଙ୍କୁ ବିଭିନ୍ନ କମ୍ପାନୀରେ ତାଲିମ ପାଇଁ ନିଯୁକ୍ତି ଦିଆଯାଇଛିା ସେହିପରି ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୀବନ ଜୀବିକା ଅଭିବୃଦ୍ଧି ନିମନ୍ତେ ୩୦ ଜଣ ଯୁବକ ଯୁବତୀ ତାଲିମ ପାଇଁ ମନୋନୀତ ହୋଇଛନ୍ତିା ଆଇ.ଟି.ଆଇ. ତାଲିମ ପାଇଁ ୩୫ ଜଣ ମନୋନୀତ ହୋଇଛନ୍ତିା ସେହିପରି ଭାରତୀୟ ବାୟୁ ସେନାରେ ଅଧ୍ୟୟନ ପାଇଁ ୫୬ଜଣଙ୍କୁ ମନୋନୀତ କରାଯାଇଛିା ଏହି ମେଳାକୁ ବ୍ରହ୍ମପୁର ଆଂଚଳିକ ନିୟୋଜକ ନିର୍ଦେଶକ ଆର୍‍.ଏମ୍‍. କିଲାନା ଉଦଘାଟନ କରିଥିଲା ବେଳେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ପଲି ଟେକନିକ୍‍ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଦାଧର ମହାରଣା, ଆଇ.ଟି.ଆଇ. ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେଶ ତ୍ରିପାଠି, ଜିଲ୍ଲା ନିୟୋଜନ ଅଧିକାରୀ କାହ୍ନୁ ଚରଣ ବେହେରା ଯୋଗ ଦେଇଥିଲୋ

Leave A Reply