ଘରୋଇ କଲେଜ ନାମରେ ଠକେଇ ଅଭିଯୋଗ ; ଅଧ୍ୟକ୍ଷଙ୍କ ସମେତ ୨ ଥାନାରେ ଅଟକ

ମାଲକାନଗିରି : ଏକ ଘରୋଇ ଅବାସିକ ବିଦ୍ୟାଳୟରେ ପିଲାଙ୍କୁ ପାସ୍ କରାଇବାର ମିଥ୍ୟା ପ୍ରଲୋଭନ ଦେଖାଇ ନିଜ ଜାଲରେ ଫସାଇବା ସହ ଜାଲ ସାର୍ଟି ଫିକେଟ୍ ଦେଇ ଲକ୍ଷାଧିକ ଟଙ୍କା ଉପାର୍ଜନ କରୁଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ କଲେଜର ଅଧ୍ୟକ୍ଷ ବିମଲ ସେଠି ଓ ଚେୟାରମେନ୍ ବିଦ୍ୟୁତ୍ ଦାସକୁ ଥାନାରେ ରଖି ପଚରା ଉଚରା କରୁଛି ।

ଅଭିଯୋଗ ଅନୁଯାୟୀ, ୨୦୧୭ ମସିହାରେ ସିମାଂଚଳ ପାତ୍ର ନାମକ ଜଣେ ଛାତ୍ର ଏହି କଲେଜରେ +୨ ବିଜ୍ଞାନରେ ନାମ ଲେଖାଇଥିଲେ ଏବଂ ପରେ ପରିକ୍ଷାରେ ଫେଲ୍ ହୋଇଥିଲେ। ତେବେ ଫେଲ ହେବା ପରେ ଏଠାରେ ଆଉ ପଢିବେ ନାହିଁ ଅନ୍ୟ କଲେଜରେ ନାମ ଲେଖାଇବା ବୋଲି ସାର୍ଟି ଫିକେଟ୍ ମାଗିଥିଲା । କିନ୍ତୁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ସାର୍ଟି ଫିକେଟ୍ ନ ଦେଇ ଓପେନ୍ ୟୁନିଭର୍ସିଟିରେ ପାସ୍ କରାଇ ଦେବୁ କହି ସିମାଂଚଳ ଠାରୁ ୨୫ ହଜାର ଟଙ୍କା ନେଇଥିଲେ । ତେବେ ୨୦୧୮ ମସିହାରେ ଝାଡଖଣ୍ଡ ଷ୍ଟେଟ୍ ଓପେନ୍ କଲେଜର ଏକ ସାର୍ଟି ଫିକେଟ୍ ତାଙ୍କୁ ଧରାଇଥିଲେ । ପରେ ଛାତ୍ର ଜଣଙ୍କ ବିଭିନ୍ନ କଲେଜରେ +୩ ପଢିବା ପାଇଁ ଆବେଦନ କରିଥିଲେ । ଏହା ସିକୃତୀ ପ୍ରାପ୍ତ କଲେଜ ସାର୍ଟି ଫିକେଟ୍ ହୋଇ ନ ଥିବାରୁ ସେହି ବର୍ଷ ସିମାଂଚଳ କୌଣସି କଲେଜରେ ନାମ ଲେଖାଇ ପାରିନଥିଲେ । ସେହିପରି ଅନ୍ୟ ୫ ଜଣ ଛାତ୍ରଙ୍କ ସହ ଅନୁରୂପ ଘଟଣା ଘଟିଥିଲା ବୋଲି ଅଭିଯୋଗ ହୋଇଛି । ଏହି ଘଟଣାର ତଦନ୍ତ କରାଯାଇ ପ୍ରକୃତ ସତ୍ୟାସତ ସମ୍ନାକୁ ଆଣିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Comments are closed.