ମାଓଗଡରେ ପୁଲିସ ଓ ବିଧାୟକଙ୍କ ଜନସଚେତନତା କାର୍ଯ୍ୟକ୍ରମ

0

ମାଲକାନଗିରି : ମାଲକାନଗିରି ଜିଲା ପୁଲିସ ଓ ଚିତ୍ରକୋଣ୍ଡା ବିଧାୟକ ଡମ୍ବୁରୁ ଶିଶାଙ୍କ ଅଧ୍ୟକ୍ଷତାରେ ସଂପୂର୍ଣ୍ଣ ମାଓ ପ୍ରବଣ ଅଞ୍ଚଳ କୁହାଯାଉଥିବା ମାଥିଲି ବ୍ଲକର ମହୁପଦର ଠାରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହୁପଦର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ପୁଲିସର ୪ ର୍ଥ ଏସ.ଏସ.ବି.ଏନ ଯୋଗଦେଇ ଏକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ କରାଇଥିଲେ। କ୍ରିକେଟ୍‍ ମ୍ୟାଚ୍‍ର ଫାଇନାଲ୍‍ରେ ଓଡିଶା ଛତିଶଗଡର ଖେଳାଳି ମାନେ ଭାଗ ନେଇଥିବା ବେଳେ ବିଭିନ୍ନ ସାଂସ୍କୁତିକ ଦଳ ଦ୍ୱାରା ଆଦିବାସୀ ନାଚଗିତ ଅନୁଷ୍ଟିତ ହୋଇଥିଲା। ଏକଦା ଏହି ଅଞ୍ଚଳରେ ମାଓବାଦୀଙ୍କ ଦୁର୍ଗ ରହିଥିବା ବେଳେ ଛତିଶଗଡର ଦରଭା ଡିଭିଜନ୍‍ ପକ୍ଷରୁ ଏଠାରେ ପ୍ରଜା କୋର୍ଟ କରାଯାଉଥିଲା। ସେହିପରି ବିଧାୟକ ଡମ୍ବୁରୁ ଶିଶା ମଧ୍ୟ ଏହି ଜନସଚେତନତା କାର୍ଯ୍ୟକ୍ରମରେ ପହଞ୍ଚି ଲୋକ ମାନେ କିଭଳି ମୌଳିକ ସୁବିଧା ପାଇ ପାରିବେ ଏବଂ ସରକାରୀ ଯୋଜନା ଗୁଡିକ କିଭଳି କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ଶିକ୍ଷା ବିନା ପ୍ରଗତି ଅସମ୍ବବ ତେଣୁ ପ୍ରତ୍ୟେକ ଆଦିବାସୀ ପିଲାମାନେ କିଭଳି ଶିକ୍ଷିତ ହେବେ ସେଥି ପାଇଁ ଅବିଭାବକଙ୍କ କର୍ତବ୍ୟ ସମ୍ବନ୍ଧରେ ଲୋକଙ୍କୁ ବୁଝାଇଥିଲେ। ମହୁପଦର , କିଆଙ୍ଗ ଭଳି ପଞ୍ଚାୟତରେ ରାଜ୍ୟ ସରକାର ରାସ୍ତା ନିର୍ମାଣ , ପାନୀୟ ଜଳ ପ୍ରକଳ୍ପ ପ୍ରଦାନ , ଇନ୍ଦିରା ଆବାସ ଓ ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା ଲୋକ ମାନେ କିଭଳି ସ୍ୱାଭାବଲମ୍ବି ହୋଇଛନ୍ତି ସେ ସମ୍ବନ୍ଧରେ ବୁଝାଇଥିଲେ।

Leave A Reply