ଲାଲବାହିନୀ ପକ୍ଷରୁ ମାଓ ମେଳି

0

ମାଲକାନଗିରି : ଗତ ଡିସେମ୍ବର ୨ତାରିଖ ଠାରୁ ପି.ଏଲ୍‍.ଜି.ଏ. ମାଓ ସଂଗଠନର ସହୀଦ ସପ୍ତାହ ପାଳନ ହେଉଥିବା ବେଳେ ଏଥିନେଇ ଲାଲବାହିନୀ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିବା ଦେଖିବାକୁ ମିଳିଛି। ଏହାସହ ଲାଲ ବାହିନୀରେ ଆଦିବାସୀ ଯୁବକ ଯୁବତୀଙ୍କୁ ଆହ୍ୱାନ ଦେବା ସହ ଯୁବ ପିଢୀ ଜଳ, ଜମି ଓ ଜଙ୍ଗଲର ହକ୍କ ପାଇଁ ପି.ଏଲ୍‍.ଜି.ଏ. ସଂଗଠନରେ ସାମିଲ ହେବାକୁ ଡାକରା ଦେଇଛିା ଏଥିନେଇ ଜଡାମ୍ବ, ପଣସପୁଟ, ଅଣ୍ଡ୍ରାପାଲ୍ଲୀ ପ୍ରଭୃତି ଅଞ୍ଚଳରେ ପୋଷ୍ଟର ଲଗା ଯାଇଛିା ଜନନାଟ୍ୟ ମଣ୍ଡଳୀ ଦ୍ୱାରା ନାଚଗୀତ ମାଧ୍ୟମରେ ପି.ଏଲ୍‍.ଜି.ଏ. ଦିବସର ଆଦର୍ଶ ଆଭିମୁଖ୍ୟକୁ ଲୋକଙ୍କ ନିକଟରେ ପହଞ୍ଚା ଯାଉଥିବା ବେଳେ ଏହି ସବୁ ଗ୍ରାମରେ ସିପିଆଇ ମାଓବାଦୀର ଆଗଧାଡିର ନେତାମାନେ ପ୍ରଜାମେଳି କରି ସଂଗଠନର ବାର୍ତ୍ତା ଦେଉଛନ୍ତିା ମୁଖ୍ୟତଃ ୧୨ଦଫା ଦାବି ଗୁଡିକ ମଧ୍ୟରେ ୧୭ ବର୍ଷ ପୂର୍ତ୍ତି ପିପୁଲ ଲିବରେସନ ଗରିଲା ଆର୍ମିର ପ୍ରତିଷ୍ଠା ସପ୍ତାହକୁ ଧୁମଧାମରେ ପାଳନ କରିବା, ପି.ଏଲ୍‍.ଜି.ଏ.କୁ ପି.ଏଲ୍‍.ଏ.ର ପରିଣତ କରିବା, ପି.ଏଲ୍‍.ଜି.ଏ. ଆଦିବାସୀଙ୍କ ମୌଳିକ ଅଧିକାର ଜଳ, ଜମି, ଜଙ୍ଗଲ ଲଢେଇକୁ ସମର୍ଥନ ଦେବା, ପୁଲିସ ଦମନକୁ ପ୍ରତିରୋଧ କରିବା, ସମ୍ପୂର୍ଣ ହିଂସାମୁକ୍ତ ଅଭିଯାନକୁ ଧ୍ୱଂସ କରିବା, ଆଂଟି ନକ୍ସଲ ପିପୁଲସ୍‍ ଫୋର୍ସକୁ ଜନ ଆନ୍ଦୋଳନ ଦ୍ୱାରା ଧ୍ୱଂସ କରିବା, ଜନତା ଆନ୍ଦୋଳନକୁ ଅଧିକ ତିବ୍ରତର କରିବା, ପି.ଏଲ୍‍.ଜି.ଏକୁ ରକ୍ଷା କରି ସଂଗଠନରେ ଅଧିକ ଯୁବପୀଢି ସାମିଲ ହୋଇ ନୂତନ ଗଣତନ୍ତ୍ର ବିପ୍ଲବକୁ ସଫଳ କରିବା, ବିଶେଷ କରି ମିଥ୍ୟା ଗଣତନ୍ତ୍ରର ନିର୍ବାଚନକୁ ବର୍ଜନ କରିବା ସହ ମିଥ୍ୟା ଏନକାଉଣ୍ଟର ହତ୍ୟା, ଶଡଯନ୍ତ୍ର ଆନ୍ଦୋଳନ ଉପରେ ସରକାରଙ୍କ ଫାସୀବାଦ, ଶଡଯନ୍ତ୍ର ହତ୍ୟା ଓ ସରକାରଙ୍କ ଗୁଣ୍ଡା ବାହିନିକୁ ସବୁ ବର୍ଗର ଲୋକମାନେ ମିଳିମିଶି ପ୍ରତିରୋଧ କରିବାକୁ ସଭା ସମିତି ଓ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦିଆଯାଇଛି। ତେବେ ମାଲକାନଗିରି ଜିଲ୍ଲାରେ ପ୍ରାୟ ଦୁର୍ଗମ ପଂଚାୟତ ଗୁଡିକରେ ତାଲା ଝୁଲୁଥିବା ବେଳେ ସମ୍ଭାବ୍ୟ ହିଂସା ଆଶଙ୍କା କରି ସ୍ଥାନୀୟ ଅଂଚଳବାସୀ ଆତଙ୍କିତ ହୋଇ ପଡିଛନ୍ତିା ଅନ୍ୟ ପକ୍ଷରେ ପି.ଏଲ୍‍.ଜି.ଏ. ସପ୍ତାହର ଆସନ୍ତା ୮ ତାରିଖ ଦିନ ସରୁଥିବା ବେଳେ ପ୍ରାୟ ୮ ଦିନ ଧରି ମାଲକାନଗିରି ଜିଲା ଚିତ୍ରକୋଣ୍ଡା, ବ।ଲିମେଳା, କାଲିମେଳା ଆଦି ସ୍ଥାନରେ ସରକାରୀ ବସ୍‍ ଚଳାଚଳ ସମ୍ପୂର୍ଣ ବନ୍ଦ ହୋଇ ଯାଇଛିା ଫଳରେ ଭୁବନେଶ୍ୱର, ବଲାଙ୍ଗିର, କଟକ, ସମ୍ବଲପୁର, ଭବାନୀପାଟଣା, ଜୟପୁର, ବ୍ରହ୍ମପୁର, ଭଂଜନଗର, ବିଶାଖାପାଟଣା, ବିଜୟନଗରମ୍‍, ଇତ୍ୟାଦି ଦୂର ଦୂରାନ୍ତରକୁ ଯାଉଥିବା ସରକାରୀ ବସ୍‍ ଗୁଡିକ ବନ୍ଦ ହୋଇ ଯାଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ଅପରପକ୍ଷେ ମାଲକାନଗିରି ପୁଲିସ ଏବଂ ବିଏସଏଫ ତରଫରୁ ଜିଲା ସଦର ମହକୁମା ଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ ସୁରକ୍ଷାକୁ କଡାକଡି କରିବା ସହ ଗାଡି ମୋଟର ଯାଂଚକୁ ତରାନ୍ୱିତ କରା ଯାଇଛିା ସୀମାନ୍ତ ଛତିଶଗଡ ଏବଂ ଆନ୍ଧ୍ର ଓଡିଶା ସିମାନ୍ତରେ ସୁରକ୍ଷା କର୍ମୀ ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖିଛନ୍ତି ବୋଲି ଏସ୍‍.ପି. ଜଗମୋହନ ମୀନା ପ୍ରକାଶ କରିଛନ୍ତିା

Leave A Reply