ଚୋରା ଗଞ୍ଜେଇ ଓ ସିମେଣ୍ଟ ଭର୍ତ୍ତି ଦଶ ଚକିଆ ଟ୍ରକ ଜବତ, ୨ଗିରଫ

ମାଲକାନଗିରି : ମାଲକାନଗିରି ଜିଲା ଇଶାର ଛକ ନିକଟରେ ମଙ୍ଗଳବାର ଚୋରା ଗଞ୍ଜେଇ ଓ ସିମେଣ୍ଟ ଭର୍ତ୍ତି ଏକ ଦଶ ଚକିଆ ଟ୍ରକକୁ ଚିତ୍ରକୋଣ୍ଡା ପୁଲିସ ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଉଛନ୍ତି, ଅନୁଗୁଳ ଜିଲାର ବିଶ୍ବଜିତ ଭାଡୁରୀ(୨୬) ଓ ଅନୁଗୁଳ ବଅଁରପାଳ ଅଞ୍ଚଳର ସିନୁ ସାମଲ(୨୩)। ଚିତ୍ରକୋଣ୍ଡା ପୁଲିସ ଟ୍ରକକୁ ଯାଞ୍ଚ କରି ସେଥିରୁ ୧୫୦୦କେଜି ଗଞ୍ଜେଇ, ୨୦ହଜାର କେଜି ସିମେଣ୍ଟ, ଦୁଇଟି ମୋବାଇଲ ଏବଂ ୫ହଜାର ଟଙ୍କା ଜବତ କରିଛି।

ସୂଚନା ଅନୁସାରେ, ମଙ୍ଗଳବାର ଚିତ୍ରକୋଣ୍ଡା ଥାନା ଆଇଆଇସି ଜୁଗଳ ଶବରଙ୍କ ନେତୃତ୍ବରେ ଇଶାର ଛକଠାରେ ଗାଡି ଗୁଡିକର ଚେକିଙ୍ଗ ଚାଲିଥିଲା। ସେହିସମୟରେ ଆନ୍ଧ୍ରପ୍ରଦେଶରୁ ଅନୁଗୁଳକୁ ଚୋରା ଚାଲାଣ ହେଉଥିବା ଏକ ଚୋରା ଗଞ୍ଜେଇ ଓ ସିମେଣ୍ଟ ଭର୍ତ୍ତି ଦଶ ଚକିଆ ଟ୍ରକ ପୁଲିସ ଆଖିରେ ପଡ଼ିଥିଲେ। ସଙ୍ଗେସଙ୍ଗେ ଟ୍ରକ ଟିକୁ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ କରି ଟ୍ରକରୁ ୧୫୦୦କେଜି ଗଞ୍ଜେଇ, ୨୦ହଜାର କେଜି ସିମେଣ୍ଟ, ଦୁଇଟି ମୋବାଇଲ ଏବଂ ୫ହଜାର ଟଙ୍କା ଜବତ କରିବାସହ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିଲା।

Comments are closed.