ମାଲକାନଗିରି ସୀମାରେ ଚାରି ମାଓବାଦୀ ନିହତ

0

ମାଲକାନଗିରି : ମାଲକାନଗିରି ସୀମାନ୍ତ ନାରାୟଣପୁରରେ ପୁଲିସ ମାଓବାଦୀ ଗୁଳି ବିନିମୟରେ ଚାରିଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଚାରି ଜଣ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଓ ତିନି ଜଣ ପୁରୁଷ ମାଓବାଦୀ ରହିଛି। କୁକ୍ରାଝୋର ଥାନା ଅର୍ନ୍ତଗତ ନାରାୟଣପୁର ନିକଟ ଗୁମିୟାବେଡା ଠାରେ ରବିବାର ଅପରାହ୍ନରେ ପୁଲିସ ମାଓବାଦୀ ଗୁଳି ବିନିମୟ ଘଟିଥିଲା। ପରେ ପୁଲିସ ଚରୋଟି ମୃତଦେହ ଉଦ୍ଧାର କରିଥିଲା। ସେଠାରୁ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୃତାହତ ସର୍ମ୍ପକୀୟ ବିସ୍ତୃତ ରିପୋର୍ଟ ମିଳିନାହିଁ।

Leave A Reply