ପ୍ରବଳ ବର୍ଷା ଯୋଗୁଁ ପଡିଆ-କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

0

ମାଲକାନଗିରି: ଲଘୁଚାପ ଜନିତ ବର୍ଷାରେ ରାଜ୍ୟର ଅନେକ ସ୍ଥାନର ଅବସ୍ଥା ବେହାଲ ହୋଇଯାଇଛି। ମାଲକାନଗିରିର ଚିତ୍ରକୋଣ୍ଡାରେ ମଧ୍ୟ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ହୋଇଛି। ମାଲକାନଗିରିର କନ୍ୟାଶ୍ରମ ପୋଲ ଉପରେ ୨ଫୁଟର ବର୍ଷାଜଳ ପ୍ରବାହିତ ହେଉଥିବା ଯୋଗୁଁ ପଡିଆ-କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲଗାଣ ବର୍ଷା କାରଣରୁ ପାଟେରୁ ନଦୀର ଜଳସ୍ତର ବୃଦ୍ଧି ପାଇ କୂଳ ଅତିକ୍ରମ କରିଛି। ଫଳରେ ତଳିଆ ଅଞ୍ଚଳର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯାତାୟତ ବନ୍ଦ ରହିଥିବା ସୂଚନା ମିଳିଛି।

Leave A Reply