ଗଣବଳାତ୍କାର ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

0

ମାଲକାନଗିରି : ମାଲକାନଗିରି ଜିଲା କାଦଲମେଟଲା ଗ୍ରାମରେ ଜଣେ ନାବାଳିକା ସହ ଗଣ ବଳତ୍କାର ହୋଇଥିବା କାଲିମେଳା ଥାନାରେ ଅଭିଯୋଗ ହୋଇଛି। ଦୁଇଜଣ ଦୁବୁର୍ତ୍ତ ଗୁରୁବାର ରାତି ୧୧ଟା ସମୟରେ ପୀଡିତାଙ୍କୁ ଅପହରଣ କରିନେଇଥିଲେ। ଦୁବୁର୍ତ୍ତମାନେ ଅପହରଣ କରିବା ସହ ଏମପିଭି-୭ ନିକଟରେ ଥିବା ଏକ ଜଙ୍ଗଲରେ ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ଘଟଣାସ୍ଥଳରୁ ଦୌଡିଯାଇ ସ୍ଥାନୀୟ ଗ୍ରାମବାସୀଙ୍କୁ କହିଥିଲେ। ଦୁଇ ଅଭିଯୁକ୍ତ ସମା ମାଡକାମୀ ଓ ବୁଦୁରା ମାଡକାମୀକୁ କାଲିମେଳା ପୁଲିସ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply