MEllora 950×100

ଦ୍ରୁତ ଗତିରେ ଚାଲିଛି ଉଡାଜାହାଜ ପଡିଆ ନିର୍ମାଣ କାର୍ଯ୍ୟ

କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

ମାଲକାନଗିରି : ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମ ପଞ୍ଚାଯତର କୋଟେଲିଗୁଡା ଗ୍ରାମ ନିକଟରେ ଦ୍ରୁତ ଗତିରେ ଚାଲିଛି ଉଡାଜାହାଜ ପଡିଆ ନିର୍ମାଣ କାର୍ଯ୍ୟ । ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ,କାର୍ଯ୍ୟ ତଦାରଖ ନିମନ୍ତେ ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଛନ୍ତି । ସୂଚନା ଅନୁଯାଇ ଏହି ଉଡାଜାହାଜ ପଡିଆ ନିର୍ମାଣ ନିମନ୍ତେ ପ୍ରାୟ ୨୩୪ ଏକର ଜମିରେ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଅ।ରମ୍ଭ ହୋଇଛି । ଏହାର ଅଟକଳ ୫୫ କୋଟି ବୋଲି ଜଣାପଡିଛି ।
ବର୍ତମାନ ପାଚେରି ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଜଙ୍ଗଲ ଓ ଗଛ କଟ। ତଥା ଜମି ସମତଳ କାର୍ଯ୍ୟ ମଧ୍ୟ ଚାଲୁ ଅଛି । ଏହି ଉଡାଜାହାଜ ପଡିଆର ରନୱେ ୧୬୨୦ ଫୁଟ ଲମ୍ବ ହୋଇଥିବା ବେଳେ ୩୦ ମିଟର ଚଉଡାରେ ତିଆରି ହେବ । ୨୦୨୪ ମସିହା ସୁଧା ନିର୍ମାଣ କାର୍ଯ୍ୟ ସମାପ୍ତ କରିବାର ଲକ୍ଷ ରକ୍ଷା ଯାଇଥିବା ପୁର୍ତ ବିଭାଗ ସୂଚନା ଦେଇଛନ୍ତି । ଏହି ସମୟ ସୀମା ମଧ୍ୟରେ କାର୍ଯ୍ୟ ସମାପ୍ତି ନିମନ୍ତେ ଜିଲ୍ଲା ପ୍ରଶାସନ ତତ୍ପର ରହିଥିବା ବେଳେ ଜିଲ୍ଲାପାଳ ବିଶାଳ ସିଂ,ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ,ମାଲକାନଗିରି ବି ଡି ଓ ଅଜୟ କୁମାର ପ୍ରଧାନ ,ତହସିଲଦାର ଚନ୍ଦନ କୁମାର ଭୋଇ ,ତଥା ପୁର୍ତ ବିଭାଗ ଓ ବ୍ଲକ ସ୍ତରୀୟ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏହି ଅଞ୍ଚଳ ଗସ୍ତ କରି ସ୍ଵତନ୍ତ୍ର ଦୃଷ୍ଟି ଦେଉଥିବା ଦେଖା ଯାଉଛି ।

Comments are closed.