ସାବେରୀ ନଦୀରେ ଡ଼ଙ୍ଗା ବୁଡ଼ି ୩ ନିଖୋଜ

ମାଲକାନଗିରି : ମାଲକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସାବେରୀ ନଦୀରେ ଡ଼ଙ୍ଗା ବୁଡ଼ି ୩ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅହରାହ୍ନରେ ଏକ ଡ଼ଙ୍ଗାରେ କିଛି ଯୁବକ ଓ ଯୁବତୀ ନଦୀ ପାର ହେଉଥିଲେ। ବର୍ଷା କାରଣରୁ ସବେରୀ ନଦୀର ଜଳସ୍ତର ଅଧିକ ଥିଲା ଓ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୨ ଜଣ ଯୁବତୀ ଓ ଜଣେ ଯୁବକ ପାଣି ବୁଡ଼ି ଯାଇଥିଲେ। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସେମାନ ପତ୍ତା ମିଳିନଥିଲା। ପରେ ରାତି ହୋଇଯିବାରୁ ସନ୍ଧାନ କାର୍ଯ୍ୟ ବନ୍ଦ ରହିଥିଲା। ଶନିବାର ସକାଳୁ ମଧ୍ୟ ପୁଣି ଅଗ୍ନିଶମୂ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହେଲେ ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିନାହିଁ। ନିଖୋଜ ୩ ଜଣ ପଡ଼ିଆ ବ୍ଲକ ଅନ୍ତର୍ଗତ କୁମ୍ଫରପଡ଼ା ଗ୍ରାମର ବୋଲି ଜଣାପଡ଼ିଛି।

Comments are closed.