ଅଙ୍ଗନୱାଡି କର୍ମୀଙ୍କ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

କଲମପୁର: କଲମପୁର ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ୟ୍ୟାଳୟ ପରିସରରେ ଥିବା ଏସ.ଜି.ଏସ.ୱାଇ ମିଟିଂ ହଲ ଠାରେ ମଙ୍ଗଳବାର ଦିନ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି। ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସଂଯୋଜନାରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ଏବଂ ରୂପାୟନର ତତ୍ୱାବଧାନରେ ଆୟୋଜିତ ଏହି ତାଲିମ ଶିବିରରେ କ୍ଷେତ୍ର ପରିଦର୍ଶିକା ସୂର୍ୟ୍ୟକାନ୍ତି ବେହେରା ଅଧ୍ୟକ୍ଷତା କରିଥିଲେ। ଏହି ତାଲିମ ଶିବିରରେ କଲମପୁର ବ୍ଲକର ୭୫ ଜଣ ଅଙ୍ଗନୱାଡି କର୍ମୀ ଅଂଶ ଗ୍ରହଣ କରିଥିଲେ। ରୂପାୟନର ପ୍ରଶିକ୍ଷକ ନାରାୟଣ ଜେନା ଅପପୃଷ୍ଟିର କାରଣ, ପ୍ରଭାବ ନିରାକରଣ, ପୋଷକତତ୍ୱ, ଗର୍ଭବତୀ ମାନଙ୍କ ଟୀକା କରଣ ଏବଂ ଖାଦ୍ୟ ପେୟରେ ସାବଧାନତା, ସନ୍ତୁଳିତ ଅହାର ସ୍ଥାନୀୟ ଖାଦ୍ୟର ଭୂମିକା ମାତୃ ଓ ଶିଶୁ ସୁରକ୍ଷା କାର୍ଡ ଆଦି ସମ୍ବନ୍ଧରେ ଆଲୋଚନା କରିଥିଲେ। ଗ୍ରାମୀଣ କ୍ଷେତ୍ରରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ଆଂଚଳିକ ଖାଦ୍ୟରେ ଅପପୁଷ୍ଟି ନିରାକରଣ ସମ୍ବନ୍ଧରେ ବୁଝାଇଥିଲେ। କିଶୋରୀ ବାଳିକାଙ୍କ ପାଇଁ ଥିବା ଅଦ୍ୱିକା କାର୍ୟ୍ୟକ୍ରମରେ ସେମାନଙ୍କ ଶାରିରୀକ ବିକାଶ, ସ୍ୱାସ୍ଥ୍ୟ, ଅପ୍ରାପ୍ତ ବୟସରେ ଗର୍ଭ ଧାରଣ ଜନିତ ସମସ୍ୟାକୁ ଭଲ ଭାବେ ଆଲୋଚନା କରିଥିଲେ। ଏଥିରେ କୈବଲ୍ୟ ଫାଉଣ୍ଡେସନର ଜିଲ୍ଲା ପ୍ରତିନିଧି ମହେଶ୍ୱର ମାଝୀ, ଦିବ୍ୟାଂଶୁ ଗୁପ୍ତା, ବ୍ଲକ ପ୍ରତିନିଧି ଓମ ପ୍ରକାଶ ପ୍ରମୁଖ ଉପସ୍ତିତ ରହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Comments are closed.