ପ୍ରକଳ୍ପ ନାମରେ ଟଙ୍କା ଅପବ୍ୟୟ କରୁଛନ୍ତି ଓଡିଶା ଜୀବିକା ମିଶନ, ଉପକୃତ ହୋଇ ପାରୁନାହାନ୍ତି ଅଞ୍ଚଳବାସୀ

ମାଲକାନଗିରି: ପ୍ରକଳ୍ପ ନାମରେ ଟଙ୍କା ଅପବ୍ୟୟ କରୁଛନ୍ତି ଓଡିଶା ଜୀବିକା ମିଶନ, କର୍ମଚାରୀଙ୍କ ଅବହେଳା ଯୋଗୁଁ ଅଞ୍ଚଳବାସୀ ଉପକୃତ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମ ପଞ୍ଚାୟତରେ ଓଡିଶା ଜୀବିକା ମିଶନ ତରଫରୁ ଏକ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ବ୍ୟସାୟୀକ ପ୍ରତିନିଧି ଚୟନ କରାଯାଇଥିଲା। ଓଡିଶା ଜୀବିକା ମିଶନ ତରଫରୁ ଏହି ବ୍ୟବସାୟ ପ୍ରତିନିଧିଙ୍କୁ ବ୍ୟାଙ୍କ କାର୍ଯ୍ୟ କରିବା ନିମନ୍ତେ ପ୍ରାୟ ଏକ ଲକ୍ଷ ଟଙ୍କାର କମ୍ପ୍ୟୁଟର ଓ ପ୍ରିଣ୍ଟର ଯୋଗାଇ ଦିଆ ଯାଇଥିଲ। ସମ୍ପୃକ୍ତ ବ୍ୟବସାୟୀକ ପ୍ରତିନିଧି ଅଳ୍ପ କିଛି ଦିନ କାମ କରିବା ପରେ ଏହି ବ୍ୟାଙ୍କକୁ ବନ୍ଦ କରି ଦେଇଛନ୍ତି। ଫଳରେ ଏହିଠାରେ ଖାତା ଖୋଲିଥିବା ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ମହିଳାମାନଙ୍କ ବିକାଶ ନିମନ୍ତେ ଓଡିଶା ଜୀବିକା ମିଶନ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠିକୁ ସ୍ୱାବଲମ୍ବୀ କରିବା ନିମନ୍ତେ ବିଭିନ୍ନ ଯୋଜନା କା ର୍ଯ୍ୟକାରୀ ହେଉଛି।

ସେଥିମଧ୍ୟରୁ ମହିଳା ମାନଙ୍କ ସଂଚୟ ଅନ୍ୟତମ, ଏହାକୁ ଆଖି ଆଗରେ ରଖି ଏହି ଅଞ୍ଚଳରେ ବ୍ୟାଙ୍କ ମିତ୍ରଙ୍କ ମାଧ୍ୟମରେ ମହିଳାଙ୍କୁ ସୁରଖୁରୁରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ନିମନ୍ତେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ବ୍ୟବସାୟୀକ ପ୍ରତିନିଧି ଚୟନ କରା ଯାଇ ଏଠାରେ ବ୍ୟାଙ୍କ କାର୍ଯ୍ୟ ଆରମ୍ଭ କରାଯାଇଥିଲ। ଏହି ଠାରେ ଆଞ୍ଚଳିକ ମହିଳାମାନେ ନିଜ ସଞ୍ଚୟକୁ ସୁରୁଖୁରୁରେ ଜମା କରିପାରିବେ ବୋଲି ନିଷ୍ପତ୍ତି ନିଆ ଯାଇଥିଲା। ଏହି ବ୍ୟାଙ୍କଟି ବନ୍ଦ ହୋଇ ଯିବାରୁ ବର୍ତ୍ତମାନ ଅଞ୍ଚଳବାସୀ ବ୍ୟାଙ୍କ କା ର୍ଯ୍ୟ ନିମନ୍ତେ ମାଲକାନଗିରି ସହର ଯିବାକୁ ପଡୁଛିା ତେବେ ଓଡିଶା ଜୀବିକା ମିଶନର ଲକ୍ଷାଧିକ ଟଙ୍କା ଏଠାରେ ପାଣିର ଗାର ସଦୃଶ ହୋଇଛି। ପ୍ରଶାସନ ତରଫରୁ ଏଥିପ୍ରତି ଦୃଷ୍ଟି ଦିଆ ଯାଇ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ କରିବା ନିମନ୍ତେ ଦାବି ହୋଇଛି। ଏ ସମ୍ପର୍କରେ ଓଡିଶା ଜୀବିକା ମିଶନର କର୍ମଚାରୀ ପ୍ରତାପ ନାୟକଙ୍କୁ ପଚାରିବାରୁ ଏହି ବ୍ୟାଙ୍କଟି କାର୍ଯ୍ୟକାରୀ ହେଉଥିଲା, ତେବେ କେବେ ବନ୍ଦ ହୋଇଛି ସେ ସମ୍ପର୍କରେ ଜାଣି ନାହାନ୍ତିା ଅତି ଶୀଘ୍ର ଏହାର ସମାଧାନ କରା ଯିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.