ବିଷାକ୍ତ ସାପ କାମୁଡାରେ ନାବାଳିକା ମୃତ

ମାଲକାନଗିରି : ବିଷାକ୍ତ ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ପଡିଆ ଥାନା ଅନ୍ତର୍ଗତ ଏମଭି-୬୭ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତ ନାବାଳିକାଙ୍କ ବୟସ ୮ ବର୍ଷ। ସୂଚନାନୁସାରେ ନାବାଳିକା ଜଣକ ଶୋଇଥିବା ବେଳେ ତାଙ୍କ ଗୋଡ଼କୁ ଏକ ନାଗ ସାପ କାମୁଡି ଦେଇଥିଲା।  ଏହି ଘଟଣା ପରେ ଗାଁ ଲୋକେ ଉକ୍ତ ସାପକୁ ଡ଼ବାରେ ରଖି ଶିଶୁ କନ୍ୟା ଆଉ ସାପକୁ ସିଧା ପଡିଆ ମେଡ଼ିକାଲକୁ ଆଣିଥିଲେ। ତେବେ ସେଠାରେ ଝିଅଟିକୁ ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଆଣିବା ବାଟରେ ହିଁ ଝିଅଟିର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।
କୁନି ଝିଅର ମୃତ୍ୟୁ ପରେ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଉକ୍ତ ସାପକୁ ଏକ ଡବାରେ ଭର୍ତ୍ତି କରି ସାଙ୍ଗରେ ଆଣିଥିବା ଦେଖିବାକୁ ମିଳିଥିଲା। ଅନ୍ଧବିଶ୍ୱାସ କବଳିତ ହୋଇ ସାପକୁ ସାଙ୍ଗରେ ଆଣି ଶିଶୁ କନ୍ୟା ଦେହରୁ ବିଷ କାଢ଼ିବାକୁ ପରିବାର ଆଉ ଗାଁ ଲୋକେ ଉଦ୍ୟମ କରୁଥିବା ବେଳେ ଚିକିତ୍ସାରେ ବିଳମ୍ବ ହେବାରୁ ନାବାଳିକାଙ୍କ ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରାଯାଉଛି। ସାପ କାମୁଡିବା ମାତ୍ରେ କୌଣସି ଅନ୍ଧବିଶ୍ୱାସକୁ ବିଶ୍ୱାସ ନକରି ତୁରନ୍ତ ଡାକ୍ତରଖାନାକୁ ନେବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଛି।

Comments are closed.