ଟ୍ରକ ସହ ୫୦୦ କେଜି ଗଞ୍ଜେଇ ଜବତ

ମାଲକାନଗିରି :  ପୁଣି ମାଲକାନଗିରି ଜିଲ୍ଲା ପୁଲିସକୁ ଏକ ବଡ ସଫଳତା ମିଳିଛି । ଟ୍ରକ ସହ ୫୦୦ କେଜି ଗଞ୍ଜେଇ ଜବତ ହୋଇଛି।  ଚିତ୍ରକୋଣ୍ଡା ପୁଲିସ ଗତକାଲି ରାତିରେ ପେଟ୍ରୋଲିଂ (ଯାଞ୍ଚ) କରୁଥିବା ସମୟରେ ଚିତ୍ରକୋଣ୍ଡା ବାଲିମେଳା ମୁଖ୍ୟ ରାସ୍ତାରେ ଏକ ଟ୍ରକକୁ ତଲାସି କରିବା ସମୟରେ ସେଥିରେ ଏକ କମ୍ପାନିର ବିଭିନ୍ନ ସାମଗ୍ରୀ ରହିଥିଲା ଏବଂ ଏହା ସହ ପ୍ରାୟ କୋଡିଏ ପ୍ୟାକେଟ ଗଞ୍ଜେଇ ଯାହାର ଓଜନ ୫୦୦ କେଜି ୬୦୦ ଗ୍ରାମ ରହିଥିଲା ଏବଂ ଏହି ଗାଡିଟି ହାଇଦ୍ରାବାଦ ଠାରୁ ବିହାରର ପାଟନା ଯାଉଥିଲା । ଜେରା ସମୟରେ ଉମା ଶଙ୍କର ଯାଦବ ଓ ହେଲ୍ପର ସଞ୍ଜୟ ଗିରି ଉଭୟଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି। ।
ଏହି ଗଞ୍ଜେଇକୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଦାରାକୋଣ୍ଡାରୁ କ୍ରୟ କରିଥିଲେ , ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ହେବ ବୋଲି ଜଣାଯାଇଛି । ପୁଲିସ ଏମାନଙ୍କ ଠାରୁ ୨୯୦୦ ଟଙ୍କା ସହ ଏଟିଏମ କାର୍ଡ, ଭୋଟର ଆଇ କାର୍ଡ ଦୁଇଟି ମୋବାଇଲ ଓ  ଏକ  କମ୍ପାନୀର ସାମଗ୍ରୀକୁ ଜବତ କରିଛି । ଏହି ଚଢାଉରେ ଚିତ୍ରକୋଣ୍ଡା ଏସ୍ ଡି ପି ଓ ଅଂଶୁମାନ ଦ୍ବିବେଦୀ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ। ଆଜି ଏହି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Comments are closed.