ରୋଗୀ ମୃତ୍ୟୁକୁ ନେଇ ଉତେଜନା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୪୪ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ନାବାଳିକାର ମୃତ୍ୟୁକୁ ନେଇ ଚିକିତ୍ସା କରୁଥିବା ଫାର୍ମାସିଷ୍ଟକୁ ରାଜ ରାସ୍ତାରେ ଘୋଷାଡି ମାଡ ମାରିଥିବା ନେଇ ଖବର ମିଳିଛି।  ସୂଚନା ମୁତାବକ  ଏମଭି ୪୪ ଗ୍ରାମର ବାସୁଦେବ ଵାଲାଙ୍କ ଝିଅଙ୍କ ଦେହ ଅସୁସ୍ଥ ହେବାରୁ ମାଲକାନଗିରି ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ସାହିରେ ଘରୋଇ କ୍ଲିନିକକୁ ଚିକିତ୍ସା ପାଇଁ ନେଇଥିଲେ ପରିବାର ଲୋକେ। ଚିକିତ୍ସାଧିନ ଅବସ୍ଥାରେ ନାବାଳିକାର ମୃତ୍ୟୁ ହେବାପରେ ପରିବାର ଓ ଗ୍ରାମବାସୀ ଉତ୍ତ୍ୟକ୍ତ  ହୋଇ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ ମାରିଥିବା ସହ ରାଜ ରାସ୍ତାରେ ଘୋଷାଡି ମେଡିକାଲ ପର୍ଯ୍ୟନ୍ତ ଆଣିଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣା ନେଇ ଥାନାରେ ଅଭିଯୋଗ କରାଯାଇଛି।

Comments are closed.