ପୁଲିସ – ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୩ ମାଓବାଦୀ ମୃତ

ମାଲକାନଗିରି : ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟ ସୀମାରେ ପୁଲିସ – ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ତିନି ମାଓବାଦୀଙ୍କ ମୃତ୍ୟ  ଘଟିଥିବା ଜଣାପଡ଼ିଛି । ଆଜି ଭୋରରେ ମୁଲୁଗୁ ଜିଲ୍ଲାର ଅତିବେଡି ଜଙ୍ଗଲରେ ମାଓବାଦୀଙ୍କ ଏକ ଶିବିର ଥିବା ଖବର ପାଇ ପୁଲିସ ତେଲେଙ୍ଗାନା ଗ୍ରେ ହାଉଣ୍ଡସ୍‍  ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ କରାଯାଇଥିଲା । ପୁଲିସ ଆସିବା ଜାଣି ପାରି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ମାଓବାଦୀମାନେ ଛତ୍ର ଭଙ୍ଗ ଦେଇଥିଲେ । ସର୍ଚ୍ଚ ଅପରେସନ ପରେ ଘଟଣାସ୍ଥଳରୁ ପୁଲିସ ତିନିଟି ମୃତଦେହ, ଏକ୪୭ ,ଏସ ଏଲ ଆର ରାଇଫୋଲ ଜବତ କରିଛି ।  ମୃତ  ମାଓବାଦୀମାନେ ସି ଅର ସି ୨ ର ସଭ୍ୟ କାମା ଓ କାଲୁ ବୋଲି ଜଣା ପଡ଼ିଛି । ଏବେ ମଧ୍ୟ ଏଠାରେ କୁମ୍ବିଂ  ଅପରେସନ  ଚାଲୁଥିବା ପୁଲିସ ସୂଚନା ଦେଇଛି।

Comments are closed.