ସୁରକ୍ଷାକର୍ମୀଙ୍କୁ ବଡ ସଫଳାତା ; ଲଗାତାର ୩ଦିନର ଅପରେସନରେ ସାତ ମାଓ କ୍ୟାମ୍ପ ଧ୍ୱଂସ

ମାଲକାନଗିରି : ଛତିଶିଗଡ ନାରାୟଣପୁର ଓ କାଙ୍କେରରେ ସୁରକ୍ଷାକର୍ମୀଙ୍କ ୩ଦିନର ବଡ ଅପରେସନରେ ସାତଟି ମାଓ କ୍ୟାମ୍ପ ଧ୍ୱଂସ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢାଉ ବେଳେ ମାଓବାଦୀ ସହ ଗୁଳିବିନିମୟ ହୋଇଛି। ଗୁଳିବିନିମୟ ପରେ ମାଓବାଦୀଙ୍କ ଛତ୍ରଭଙ୍ଗ ନେଇ ସୂଚନା ମିଳିଥିବା ସହ କିଛି ମାଓବାଦୀଙ୍କ ମୃତ୍ୟୁ ନେଇ ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି। ଏହାସହ ବିପୁଳ ପରିମାଣରେ ମାଓ ବିସ୍ଫୋରକ ଜବତ କରାଯାଇଛି।
ଏସଟିଏଫ, ଡ଼ିଆରଜି, ବିଏସଏଫ ଏବଂ ଆଇଟିବିପି ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

 

Comments are closed.