ମାଲକାନଗିରିରେ ଦୁଇଟି ବିରଳ କସ୍ତୁରୀ  ଜବତ

ମାଲକାନଗିରି : ମାଲକାନଗିରି ଜିଲାରେ ମଙ୍ଗଳବାର ଦୁଇଟି ବିରଳ କସ୍ତୁରୀ  ଜବତ କରାଯାଇଛି। ପାଟ୍ରୋଲିଂ କରୁଥିବା ବେଳେ ଏମଭି ୭୯ ପୁଲିସ ଟ୍ରାକ୍ଟର ବୋଝେଇ ଗଂଜେଇ ଓ ଅନ୍ୟ ଏକ କାରରୁ କସ୍ତୁରୀ ଜବତ କରିଛି। ଗଂଜେଇ ମାଫିଆ ଏହାକୁ ମାଲକାନଗିରି ଠାରୁ ବିହାରକୁ ଚାଲାଣ କରୁଥିଲେ। କସ୍ତୁରୀ ଦୁଇଟିର ଆନୁମାନିକ ମୁଲ୍ୟ ୫ ଲକ୍ଷ, ୧୪୪୧ କିଲୋ ଗଂଜେଇର ବଜାର ଦର କୋଟିଏ । ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଥିବା ସହ ଟ୍ରାକ୍ଟର, କାର ଓ ବାଇକ ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ସୂଚନା ମିଳିଛି।

Comments are closed.