ମାସକର ଜନ୍ମିତ ଶିଶୁ ପୁତ୍ରକୁ ବିକ୍ରି ପରେ ବାପାର ଆତ୍ମହତ୍ୟା

ମାଲକାନଗିରି :  ପେଟକୁ ନା ଅଛି ଦାନା ନାଁ ମୁଣ୍ଡ ଗୁଞ୍ଜିବାକୁ ଚାଳ। ଏଭଳି ପରିସ୍ଥିତିରେ ପାଞ୍ଚ ପାଞ୍ଚଟି ଛୁଆ ।ତେଣୁ ୪ ମାସର ଜନ୍ମିତ ଶିଶୁ ପୁତ୍ରକୁ ବିକ୍ରି କଲେ ବାପା ମା। ଆଉ ଛୁଆକୁ ହରାଇବା ଦୁଃଖରେ ଭାଙ୍ଗିପଡି ଶେଷରେ ବାପା ନିଜ ଜୀବନ ହରାଇ ବସିଲା। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ଗାଁରେ।
ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ଗାଁରେ ସମନାଥ ଖିଲଙ୍କ ଘର। କୁଲି ମଜୁରୀ କରି ସ୍ତ୍ରୀ କୁନି ଖିଲ ଏବଂ ୫ ଟି ସାନ୍ତାନକୁ ନେଇ ସଂସାର । ୫ ଟି ସାନ୍ତାନ ମଧ୍ୟରେ ୪ ଟି ଶିଶୁ ପୁତ୍ର ଏବଂ ଗୋଟିଏ ଶିଶୁକନ୍ୟା। ଏମାନଙ୍କୁ ପେଟକୁ ଦାନ ଯୋଗାଡ଼ କରିବା ସମନାଥ ପାଇଁ ବଡ଼ କଷ୍ଟ ହୋଇପଡିଲା।ତେଣୁ ୪ ମାସର ଜନ୍ମିତ ଶିଶୁପୁତ୍ର ରାଜାକୁ ଶେଷରେ ବିକ୍ରୀ କରି କିଛିଦିନ ପାଇଁ ସମନାଥ ପରିବାରର ଦାନା ଯୋଗାଡ଼ କରିଥିଲେ। । ହେଲେ ନିଜ ଜନ୍ମିତ ପିଲାକୁ ପର ଘରେ ବିକ୍ରୀ କରି ବାପା ମା  ପିଲାର ଚିନ୍ତାରେ ଶେଷରେ ବାପା ସମନାଥ ବେକରେ ରଶି ଲଗେଇ ଆଜି ଆତ୍ମହତ୍ୟା କରିଛନ୍ତି।
ମା କୁନି ଏବେ ବେସାହାରା। ୪ ଟି ପିଲାଙ୍କୁ ଧରି କେମିତି ଚଳିବ ସେଇ ଚିନ୍ତାରେ ଭାଙ୍ଗିପଡିଛି। ଘରେ ଥିବା ୩ ପୁଅ ଏବଂ ଗୋଟିଏ ଝିଅ ପାଇଁ ସରକାରଙ୍କ ଠାରୁ ସାହାଯ୍ୟ ପାଇଁ ମା କୁନି ଗୁହାରି କରିଛନ୍ତି।

Comments are closed.