ଗୁରୁତର ଅବସ୍ଥାରେ ହେଟାବାଘ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲା ସଦର ବ୍ଲକ ଅନ୍ତର୍ଗତ ଏମ୍ଭି୧୩ ଗ୍ରାମ ମୁଖ୍ୟ ରାସ୍ତା କଡରେ ଏକ ହେଟାବାଘ ଗୁରୁତର ଅବସ୍ଥାରେ ଉଦ୍ଧାର ସୋମବାର ଜଣାପଡିଛି। ହେଟା ବାଘଟି ସ୍ଥାନୀୟ ଦୋରିଗୁଡା ଜଙ୍ଗଲରେ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ହେଟାଟି ରାସ୍ତା ପାର ବେଳେ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇ ରାସ୍ତା କଡରେ ଥିବା ଏକ ଗର୍ତ ମଧ୍ୟରେ ପଡି ରହିଥିଲା। ଖବର ପାଇ ମାଲକାନଗିରି ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ହେଟାକୁ ଉଦ୍ଧାର କରି ମାଲକାନଗିରି ପଶୁ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ସେଠାରେ ହେଟାଟିର ଚିକିତ୍ସା କରାଯାଉଛି ।

Comments are closed.