ମାଲକାନଗିରିର ବିଲରେ ବଡ଼ ଧରଣର ବେଲୁନ

ମାଲକାନଗିରି : ମାଲକାନଗିରି ଜିଲାରେ ଏକ ଅଜଣା ବେଲୁନ ଉଡି ଆସି ବିଲ ଭିତରକୁ ପଡିଥିବା ସୋମବାର ଦେଖିବାକୁ ମିଳିଛି। ମୋଟୁ ଥାନା ଅନ୍ତର୍ଗତ ଏମ.ପି.ଭି ୮୩ ଗ୍ରାମରେ ଆଜି ଭୋର୍ ସମୟରେ ଜମି ମଧ୍ୟରେ ଏକ ବଡ଼ ଧରଣର ବେଲୁନ ପଡି ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ  ।
ଏହାକୁ ଦେଖିବା ଲାଗି ଗ୍ରାମବାସୀଙ୍କ ଭିଡ ଜମୁ ଥିବା ବେଳେ ପୁଲିସକୁ ଖବର ଦିଆଯାଇଥିଲା। ଜଳବାୟୁ ପରିକ୍ଷଣ ଲାଗି ଏହା ଦିଲ୍ଲୀ ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ଛାଡା ଯାଇଛି ଓ ଏହା କୌଣସି ବିସ୍ଫୋରକ ଦ୍ରବ୍ୟ ନୁହଁ ବୋଲି ଏଥିରେ ଉଲ୍ଲେଖ ରହିଛି। ଏଥିରେ ଜିପିଏସ ମଧ୍ୟ ଖଂଜା ଯାଇ ଥିବା ଜଣା ପଡିଛି। ମୋଟୁ ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ବୋମା ନିଷ୍କ୍ରିୟ ଦଳ ଦ୍ବାରା ବେଲୁନଟିକୁ ଯାଂଚ କରି ମୋଟୁ ଥାନାକୁ ନେଇ ଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ଏନେଇ ସୂଚନା ଦେଇଛନ୍ତି।

Comments are closed.