ମାଲକାନଗିରି ଜିଲାର ଦୁଇଟି ସହରାଂଚଳରୁ ହଟିଛି ସଟଡ଼ାଉନ ; ବଳବତ୍ତର ରହିବ ଲକଡାଉନ ନିୟମ

ମାଲକାନଗିରି : ମାଲକାନଗିରି ଜିଲାର ଦୁଇଟି ସହରାଂଚଳର ସଟଡ଼ାଉନ ହଟିଥିବା ସୋମବାର ଜଣାପଡ଼ିଛି। ତେବେ ଜିଲାରେ ଲକଡାଉନ ନିୟମ ବଳବତ୍ତର ରହିବ ବୋଲି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି । କେବଳ ଅଣ କଣ୍ଟେନମେଣ୍ଟ ଓ ବଫର ଯୋନରେ ଦିନ ଦୁଇଟା ଯାଏଁ ଲକଡାଉନ ନିୟମକୁ କୋହଳ କରାଯାଇ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ସାମାଜିତ ଦୁରାତା ଓ ମାସ୍କ ବାଧ୍ୟତାମୁଳକ କରାଯାଇଛି । ଅନଲକ ୩. ୦ ର ନିୟମାବଳୀ ଅନୁସାରେ ସଂକ୍ରମିତ ଅଂଚଳରେ କୌଣସି ଦୋକାନବଜାର ଖୋଲା ଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

Comments are closed.