ବିଷ କ୍ରିୟାରେ ଗୋଟିଏ ପରିବାରର ୫ ଅସୁସ୍ଥ

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କାଳିଆ ନାଏକଗୁଡ଼ାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ବିଷ କ୍ରିୟାରେ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନିଶାଷକ୍ତ ଅବସ୍ଥାରେ ବାପା ଭାତରେ ବିଷ ମିଶାଇଥିବା ନେଇ ଅଭିଯୋଗ ହୋଇଛି। ଭାତ ଖାଇବା ପରେ ପରିବାରର ୫ ଜଣ ଯଥା ମହିଳା ତାଙ୍କ ୩ ଜଣ ପିଲା ଓ ଭାଇ ଅସୁସ୍ଥ ହୋଇଥିଲେ ବୋଲି ସୂଚନା ମିଳିଛି। ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Comments are closed.