ଲ୍ୟାଣ୍ଡମାଇନ ଉଦ୍ଧାର ; ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି : ଏକ ବଡ ଧରଣର ଅଘଟଣରୁ ସୁରକ୍ଷାକର୍ମୀମାନେ ଅଳ୍ପକେ ବର୍ତ୍ତିି ଯାଇଛନ୍ତି। ମାଲକାନଗିରି ଜିଲା ସୀମାନ୍ତ ଛତିଶିଗଡର ମୀନପା ଜଙ୍ଗଲରେ ପ୍ରାୟ ୧୦ କେଜିର ଲ୍ୟାଣ୍ଡମାଇନ ଜବତ ହୋଇଛି। ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିବା ବେଳେ ସିଆରପିଏଫ କୋବ୍ରା ଯବାନ କୁମ୍ବିଂ ଅପରେସନ ବେଳେ ଏହି ଲ୍ୟାଣ୍ଡମାଇନର ସନ୍ଧାନ ପାଇ ଉଦ୍ଧାର କରିଛନ୍ତି। ତାହାକୁ ନଷ୍ଟ ମଧ୍ୟ କରି ଦେଇଛନ୍ତି । ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲେ ଏକ ବଡ ଧରଣର ଅଘଟଣ ଘଟିଥାଆନ୍ତା।

Comments
Loading...